ଧାମନଗର ଉପନିର୍ବାଚନ: କଂଗ୍ରେସ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟରେ ତିନି ପ୍ରମୁଖ ଦଳ ଜୋର୍‌ଦାର ଲାଗିପଡ଼ିଛନ୍ତି । ନିର୍ବାଚନରେ ଲଢ଼ିବା ଲାଗି ଗତକାଲି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ନିଜ ପ୍ରାର୍ଥୀ ଭାବେ ଚୟନ କରିଥିଲା । ଆଜି ବାବା ହରେକୃଷ୍ଣ ସେଠୀ ଏକ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ସନ୍ତୋଷ ସଂ ସାଲୁଜା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପଞ୍ଚାନନ କାନୁନଗୋ, ନରେନ୍ଦ୍ର ପଲେଇଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ବାବା ହରୋକୃଷ୍ଣ ସେଠୀ ହେଉଛନ୍ତି ଜଣେ ଯୁବ ଆଇନଜୀବୀ ଭାବେ ପରିଚିତ । ସେ ଧାମନଗର କୋର୍ଟରେ କାର୍ଯ୍ୟ କରନ୍ତି । ଏହାସହିତ ସେ ବ୍ଲକର ରାଜୀବ ଗାନ୍ଧି ସେବା ସଂଗଠନର ସଭାପତି ଓ ଦଳିତ ସଂଗଠନର ଜଣେ ସୁପରିଚିତ ନେତା ।

ସୂଚନା ଥାଉଯେ, ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଭାବେ ସୂର୍ଯ୍ୟବଂଶୀ ସୂରଜଙ୍କ ନାମ ଘୋଷଣା କରିସାରିଛି । ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଛି । ହେଲେ ଏପର୍ଯ୍ୟନ୍ତ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିନାହିଁ ।

Launching Ceremony of “AYUSHMAN BHARAT

Comments are closed.