ଟ୍ରେନ୍‌ ଟିକେଟ୍‌ ବୁକିଂରେ ଦେବାକୁ ପଡିବନି ଡେଷ୍ଟିନେସନ୍‌ ଆଡ୍ରେସ୍‌

ନୂଆଦିଲ୍ଲୀ: ଅପ୍ରେଲ ୧୫: ଟିକେଟ୍‌ ବୁକିଂକୁ ନେଇ ଖୁସି ଖବର । ଭାରତୀୟ ରେଳ ବିଭାଗର ଏକ ବଡ଼ ନିଷ୍ପତ୍ତି । ଏଣିକି ଟିକେଟ୍ ବୁକିଂ ସମୟରେ ଯାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଡେଷ୍ଟିନେସନ୍ ଆଡ୍ରେସ୍ । ମହାମାରୀ କରୋନା ଯୋଗୁ ଆଇଆରସିଟିସି ୱେବ୍ସାଇଟ୍ ଓ ଆପ୍ରେ ଟିକେଟ୍ ବୁକିଂ ସମୟରେ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ହେଲେ ଏବେ ଆଉ ତାହାକୁ ବାଧ୍ୟତାମୂଳକ କରାଯାଇନାହିଁ । ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କୁ ଟ୍ରେସିଂ କରିବା ପାଇଁ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ଏବେ ସଂକ୍ରମଣ ହ୍ରାସ ପାଇବା ପରେ ଏହି ନିୟମ ହଟାଇ ଦିଆଯାଇଛି। ତେବେ ପୂର୍ବରୁ ଥିବା ନିୟମ ଅନୁଯାଇ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବା ନେଇ କିଛିଦିନ ପୂର୍ବେ ରେଲୱେ ପକ୍ଷରୁ ଘୋଷଣା କରାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ଏହିସବୁ ସେବା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବା ସହ ପୁନର୍ବାର ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Govt

Comments are closed.