ଜୟପୁର : ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ସରକାରୀ ବାବୁ । ପ୍ରତି ଦିନ କୌଣସି ନ। କୌଣସି ସ୍ଥାନରେ ଜଣେ ଜଣେ ଧନ କୁବେର ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ସେହିପରି ଆଜି ଭିଜିଲାନ୍ସ ହାତରେ ପଡିଛନ୍ତି ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଓ କାର୍ଯ୍ୟାଳୟ ସମେତ ଏକ କାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ରେଞ୍ଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଦେଢ କୋଟି ଟଙ୍କା, ସୁନା ବିସ୍କୁଟ ସହ ଅଧ କେଜି ସୁନା କଏନ। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ଜବତ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରି ନାହିଁ ।
ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ଚାଲିଛି ରେଡ୍। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି । ସାମିଲ ଅଛନ୍ତି ୬ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ୯ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।