ଭୁବନେଶ୍ୱର : ତାଳଚେର ଖଣି ଉପନିର୍ଦେଶକ ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଭିଜିଲାନ୍ସ ପକ୍ଷରୁ ଧରଣୀଧର ନାୟକଙ୍କ ଏକକାଳୀନ ୮ ଟି ଜାଗାରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ପୁଳା ପୁଳା ସମ୍ପତ୍ତି ମିଳିଛି । ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ। ଏହାସହ ୧୮୦୦ ସ୍ଲୋୟାର ଫୁଟର ଡୁପ୍ଲେକ୍ସ ଠାବ ହୋଇଛି ।
ସେହିପରି ଧରଣୀ ଧରଙ୍କର କେନ୍ଦୁଝର ତେଲକୋଇରେ ୨ଟି ମାର୍କେଟ୍ କମ୍ପ୍ଲେକ୍ସ ସହ ୧୯ ଟି ଦୋକାନ ଭଡ଼ା ଲାଗିଛି । ୧୧ ଟି ପ୍ଲଟ୍ ରହିଛି ବାବୁଙ୍କ ନାଁରେ । କେନ୍ଦୁଝର,ଅନୁଗୁଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି । ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ସହ ଘରୁ ନଗଦ ୯ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

Comments are closed.