ବଡ଼ବିଲରେ ଡେଙ୍ଗୁ ଆତଙ୍କ,୧ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲାରେ ବଢି ଚାଲିଛି ଡେଙ୍ଗୁ ଆତଙ୍କ । ଗତକାଲି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବଡ଼ବିଲ ୱାର୍ଡ଼ ନଂ ୪ ଶ୍ରୀରାମ ନଗର ଅଞ୍ଚଳର ଅଜୟ ଓରଫ ବୀର ବିଶ୍ଵକର୍ମା। ତାଙ୍କ ନିଜ ଘର ଝାରଖଣ୍ଡ ଗୁମଲା ଅଞ୍ଚଳରେ । ସେ ବଡ଼ବିଲରେ ଏକ ଭଡ଼ା ଘର ନେଇ ଟ୍ରକ୍ ବ୍ୟବସାୟ କରୁଥିଲେ । ତେବେ ଏ ସଂପର୍କରେ ଆଧିକାରିକ ଭାବେ ଘୋଷଣା ହୋଇନାହିଁ।

କେନ୍ଦୁଝରରେ ଡେଙ୍ଗୁ ଏବେ ଧୀରେଧୀରେ କାୟା ମେଲାଇବାରେ ଲାଗିଛି। ଜିଲ୍ଲାର ପାଟଣା, ବାଂଶପାଳ ଏବଂ ବଡ଼ବିଲ ପୌରପରିଷଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ଭାବରେ ଜିଲ୍ଲାରେ ୫୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବେସରକାରୀ ଭାବରେ ଏହି ସଂଖ୍ୟା ବହୁ ଅଧିକ । ବର୍ତ୍ତମାନ ସୁଦ୍ଧା ୧୦ଜଣ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବା ବେଳେ ଡେଙ୍ଗୁ ଲକ୍ଷଣ ଥିବା ଅନ୍ୟ ୬ ଜଣଙ୍କର ରିପୋର୍ଟ ଆସିନାହିଁ।

Govt

Comments are closed.