ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ

ରାୟଗଡା,ସେପ୍‌ଟେମ୍ବର ୨୦: ରାୟଗଡା ଜିଲା କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅନ୍ତର୍ଗତ ଗଉଡଲେଲିବାଡି ଗ୍ରାମରେ ଏବେ ଡେଙ୍ଗୁ ଆତଙ୍କ । ଘରେ ଘରେ ଲୋକେ ଖଟିଆରେ ପଡି ଜ୍ୱରରେ ଶଢ଼ୁଛନ୍ତି । ଗୋଟିଏ ଗୋଟିଏ ସାହିକୁ କବଜା କରିନେଉଛି ଡେଙ୍ଗୁ । ରକ୍ତ ନମୁନାରୁ ଗୋଟିଏ ସାହିର ୭ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି । ଗତ ୩ଦିନ ଭିତରେ ୨ଜଣଙ୍କ ମୃତୁ୍ୟ ପରେ ଲୋକେ ଭୟଭୀତ ହୋଇ ଦିନ କାଟୁଛନ୍ତି । ଆଉ ଚିକିତ୍ସା ସେମାନଙ୍କ ପାଇଁ ଦୁର୍ଲଭ ହୋଇଯାଇଥିବା ବେଳେ କିଛି ଲୋକେ ବାହାର ରାଜ୍ୟକୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଆର୍ଥର୍କ ଅନାଟନ ଭିତରେ ଦିନ କାଟଛନ୍ତିି । କୋଲନରା ବ୍ଲକ ସଦର ମହକୁମା ଠାରୁ ମାତ୍ର ୫କିଲୋମିଟ ଦୂରରେ ଅବସ୍ଥିତ ଗାଁର ନାମ ଗଉଡଲେଲିବାଡି । ୩ଟି ସାହିରେ ପ୍ରାୟ ୧୮୦ ଘର ରହିଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ ଗଉଡ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତିି । ଗତ ୧୦ଦିନ ଧରି ଗାଁରେ ଡେଙ୍ଗୁ ଆତଙ୍କ ଖେଲାଇଛି । ଘରେ ଘରେ ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ଖଟ ଉପରେ ପଡି ଶଢୁଛନ୍ତି । ସବୁ ଘର ବାରଣ୍ଡାରେ ଏକାଧିକ ଲୋକଙ୍କ ଠାରେ ଜ୍ୱର । ଆଉ ଗାଁରେ ଉପଯୁକ୍ତ ସ୍ୱାସ୍ଥସେବା ଦୁର୍ଲଭ ହୋଇପଡିଛି । ପରିଣାମ ସ୍ୱରୁପ ଗୋଟିଏ ସାହିରେ ୭ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଥିବା ଚିହ୍ନଟ ହେବାପରେ ଲୋକଙ୍କ ଠାରେ କୋକୁଆ ଭୟ ଦେଖାଦେଇଛି । ଗାଁର ମଶାଣିକୁ ତରନାହିଁ । ଶବ ସତ୍କାର କରୁଥିବା ଲୋକଙ୍କୁ ଫୁରସତ ନାହିଁ । ଗତ ୩ଦିନରେ ଗାଁର ପ୍ରଦିପ କାବଂଶ ଏବଂ ସୁଦର୍ଶନ କାବଂଶଙ୍କ ମୃତୁପରେ ଚଳଚଞ୍ଚଳ ଗାଁ ଟି ଏବେ ସ୍ଥବ୍ଧ ହୋଯାଇଛି । ୭ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହେବାପରେ ମୃତ ୨ଜଣ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ।
ଏଣେ ଗାଁର ଯୁବକ ମାନେ ଗୋଟିଏ ପରେ ଗୋଟିଏ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବୋହି ନେଉଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୧୨ଦିନ ତଳେ ଗାଁର ଜଣେ ଦୁଇଜଣଙ୍କ ଠାରେ ଜ୍ୱର ଦେଖାଗଲା । ଆଣ୍ଠୁଗଣwି ଦରଜ ସହ ପ୍ରବଳ ଜ୍ୱର ଅନୁଭବ ହେଲା । ଧିରେଧିରେ ଗାଁରେ ଜ୍ୱର ବାପୀବାରେ ଲାଗିଲା । ଲୋକେ କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ପରେ ଜିଲା ମୁଖ ଚିକିତ୍ସାଳୟ ଏପରିକି ଉତ୍ତମ ଚିକିତ୍ସା ପାଇଁ ପଡୋଷୀ ରାଜ ବିଜୟନଗର ଏବଂ ପାର୍ବତିପରୁକୁ ଯାଇ ଚିକିତ୍ସିତ ହେଉଥିବା କହିଛନ୍ତିି । ରକ୍ତ ନମୁନାରୁ ଅତି କ୍ଷୀପ୍ର ଗତିରେ ଲୋକଙ୍କ ରକ୍ତରୁ ପେଟଲେଟ ସଂଖା ହ ୍ରାସ ପାଉଥିବା ପରିଲିକ୍ଷିତ ହୋଇଛି । କେବଳ ଡେଙ୍ଗୁ ନୁହେଁ , ଟାଇଫଏଡ, ଜଣ୍ଡିସ ଭଳି ଅନେକ ରୋଗରେ ମଧ୍ୟ ଲୋକେ ଆକ୍ରାନ୍ତ ଅଛନ୍ତି । ଅପରପକ୍ଷରେ ଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଲୋକଙ୍କ ଠାରେ ସଚେତନତାର ଅଭବା ରହିଥିବା ବେଳେ ସରକାରୀ ସ୍ତରରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଶଶୀଭୂଷଣ ନୀଳଗିରି ଅଭିଯୋଗ କରିଛନ୍ତି । ହାତପାହାନ୍ତରେ ଚିକିତ୍ସାଳୟ ରହିଥିବା ବେଳେ କୌଣସି ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରୁନଥିବା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଗାଁ ମଝିରେ ଡାକ୍ତର ଜ୍ୟୋସ୍ନାମୟୀ ରାଉତ ଗୋଟିଏ ଅସ୍ଥାୟୀ କ୍ୟାମ୍ପ ଖୋଲିଥିବା ଜଣାପଡ଼ିଛି । ଡାକ୍ତର ନିଜେ ୭ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଥିବା ସ୍ୱୀକାର କରିଛନ୍ତିି । ତେବେ ଚିକିତ୍ସା ପ୍ରଦାନ ସହ ସଫାସୁତୁରା ରଖିବାକୁ ଲୋକଙ୍କ ଠାରେ ସଚେତନତା ସୃଷ୍ଟି କରାଯାଉଛି । ଧିରେଧିରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରାଯାଉଥିବା ଡାକ୍ତର କହିଛନ୍ତିି ।

Comments are closed.