ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଅଣାୟତ୍ତ ହେଉଛି ଡେଙ୍ଗୁରୋଗ I ଲଗାଣ ବର୍ଷ ସାଙ୍ଗକୁ ନାଳ ନର୍ଦ୍ଦମା ସଫା ହେଉନଥିବାରୁ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା । ସହରରେ ବିଭିନ୍ନ ଅଂଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କଳ୍ପନା ଏରିଆ,ପଟିଆ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସାଲିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ପାର କରିଛି ।

ଏହି ମାସ ସେପ୍ଟେମ୍ବରରେ କେବଳ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଯାଏଁ ସରକାରୀ ଭାବେ ଡେଙ୍ଗୁ ଜନିତ କାହାରି ମୃତ୍ୟୁ ହୋଇନାହିଁ । ଡେଙ୍ଗୁ ସ୍ଥିତି ପାଇଁ ବିଏମସିର ପରିମଳ ବ୍ୟବସ୍ଥାକୁ ସିଧାସଳଖ ଦାୟୀ କରିଛନ୍ତି ରାଜଧାନୀବାସୀ । ଅନ୍ୟପଟେ ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ୫୦ ପ୍ରତିଶତ କମିଛି । ସପ୍ତାହକୁ ଦୁଇଦିନ ଡ୍ରାଏ ଡେ’ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ବିଏମସି କମିଶନର ।

Comments are closed.