ରୋହିଙ୍ଗିଆ ଓ ବାଂଲାଦେଶିମାନଙ୍କୁ ଚିହ୍ନଟ କରିବା ଦାବି ଜୋର ଧରିଲା

ଜୟପୁର : ରାଜ୍ୟରେ ବାଂଲାଦେଶିର ମୁସଲମାନ ଓ ରୋହିଙ୍ଗିଆ ଲୋକ ବଢ଼ିଥିବା ଦାବି ହେଉଛି । ସେମାନେ ନିଜ ଦେଶକୁ ଛାଡ଼ି ଓଡ଼ିଶାକୁ ଲୁଚିଛପି ଆସି ରହୁଥିବା ଅନେକ ସମୟରେ ନଜର ଆସୁଛି । ସେହି ରୋହିଙ୍ଗିଆ ଓ ବାଂଲାଦେଶି ମୁସଲମାନମାନଙ୍କୁ ଚିହ୍ନଟ କରିବା ଦାବି କରି ଗତକାଲି କୋରାପୁଟ ଜିଲ୍ଲା ହିନ୍ଦୁ ସମାଜ ଏକ ବିଶାଳ ସମାବେଶ କରିଥିଲା । ଉକ୍ତ ସମାବେଶ ସ୍ଥାନୀୟ ରାଜନଗର ଛକ ନିକଟରୁ ବାହାରି ଟ୍ରାଫିକ ଛକ ନିକଟରେ ପହଁଞ୍ଚିଥିଲା । ବିଭିନ୍ନ ସ୍ଲୋଗାନ ସହ ରୋହିଙ୍ଗିଆ ଓ ବାଂଲାଦେଶି ମୁସଲମାନମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ପାଇଁ ସମାବେଶରେ ଦାବି ଉଠିଥିଲା ।

ପ୍ରକାଶ ଥାଉକି, ଗତ କୋରନା ସମୟରୁ ଜିଲ୍ଲାରେ ନୂଆ ନୂଆ ମୁସଲମାନ ଲୋକ ଦେଖିବାକୁ ମିଳିଥିଲା । ଉକ୍ତ ରାଲିରେ ବିଭିନ୍ନ ହିନ୍ଦୁ ସଙ୍ଗଠନର ବହୁ କର୍ମକର୍ତ୍ତା ଥିଲେ ।

Govt

Comments are closed.