ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ଵାତି ମାଲିୱାଲଙ୍କୁ ଘୋଷାରି ନେଲା କାର I ବୁଧବାର ରାତିରେ ଦିଲ୍ଲୀ ରାସ୍ତାରେ ମହିଳାଙ୍କ ସ୍ଥିତି ନିରୀକ୍ଷଣ କରୁଥିବା ସମୟରେ ତାଙ୍କ ହାବୁଡ଼ରେ ଏକ ନିଶାସକ୍ତ କାର ଚାଳକ ପଡିଯାଇଥିଲା I ନିଶାସକ୍ତ ଡ୍ରାଇଭର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ କାର୍ରେ ବସିବାକୁ କହିଥିଲା। କିନ୍ତୁ ସେ ବସିନଥିଲେ। ଏହାପରେ ଡ୍ରାଇଭର ଜଣକ ନିଜ ବଲେନୋ କାର୍ ନେଇ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ୟୁ-ଟର୍ଣ୍ଣ ମାରି ପୁଣି ମହିଳା କମିଶ ଅଧ୍ୟକ୍ଷାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଗାଡ଼ି ଚାଳକ ସ୍ୱାତୀଙ୍କ ସହ ଛେଡ଼ଛାଡ଼ କରିଥିଲେ । ମାତ୍ର ସ୍ୱାତୀ ଏନେଇ ବିରୋଧ କରିବାରୁ ଗାଡ଼ି ଚାଳକ ଅଧ୍ୟକ୍ଷାଙ୍କ ହାତକୁ କାର କାଚ ଭିତରେ ବନ୍ଦ କରି ଗାଡ଼ି ଷ୍ଟାର୍ଟ କରିଦେଇଥିଲେ । ଫଳରେ ସ୍ୱାତୀଙ୍କ ହାତ କାର ଭିତରେ ଫସି ରହିଥିବାରୁ ସେ ୧୦-୧୫ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ । ତେବେ ଈଶ୍ୱରଙ୍କ କୃପାରୁ ତାଙ୍କର ଜୀବନ ବଞ୍ଚିପାରିଥିବା ସ୍ୱାତୀ କହିଛନ୍ତି I
ଏନେଇ ସ୍ୱାତୀ ମାଲେୱାଲ ଟ୍ୱିଟ୍ କରି କହିଛନ୍ତ, ମୁଁ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି। ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ହିଁ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବେ ବୋଲି ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି।
कल देर रात मैं दिल्ली में महिला सुरक्षा के हालात Inspect कर रही थी। एक गाड़ी वाले ने नशे की हालत में मुझसे छेड़छाड़ की और जब मैंने उसे पकड़ा तो गाड़ी के शीशे में मेरा हाथ बंद कर मुझे घसीटा। भगवान ने जान बचाई। यदि दिल्ली में महिला आयोग की अध्यक्ष सुरक्षित नहीं, तो हाल सोच लीजिए।
— Swati Maliwal (@SwatiJaiHind) January 19, 2023
ବିଳମ୍ବିତ ରାତି ପାଖାପାଖି ୩.୦୫ ସମୟରେ ଏମ୍ସର ଗେଟ୍ ନମ୍ବର-୨ ନିକଟସ୍ଥ ଫୁଟପାଥ ନିକଟରେ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Comments are closed.