ରାଜଧାନୀରେ ଦେଖାଯାଇପାରେ ବିଦୁ୍ୟତ ସଙ୍କଟ: ବିସିଲା ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଏପ୍ରିଲ ୨୯: କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦୁ୍ୟତ ସଙ୍କଟ ଉପୁଜିପାରେ ବୋଲି ଆଜି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସତର୍କ କରାଇଛନ୍ତି । ବିଦୁ୍ୟତ କାଟ ଯୋଗୁଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ମେଟ୍ରୋ ଏବଂ ହସ୍ପିଟାଲଗୁଡ଼ିକରେ ମଧ୍ୟ ବିଦୁ୍ୟତ କାଟ ସମସ୍ୟା ହୋଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ ଯେମିତି ବିଜୁଳି ସମସ୍ୟା ନଉପୁଜେ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର କହିଛନ୍ତି, ପୂର୍ବରୁ ଆମକୁ ୪୦୦୦ ମେଗାୱାଟ ବିଦୁ୍ୟତ ମିଳୁଥିଲା, କି;ୁ ବର୍ତ୍ତମାନ ଏହା କମିଗଲାଣି । ନିୟମ ଅନୁଯାୟୀ କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍‌ ଷ୍ଟକ୍‌ ରହିବା ଉଚିତ୍‌ ନୁହେଁ । କି;ୁ ଅଧିକାଂଶ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଲାଣି । ବର୍ତ୍ତମାନ କୋଇଲାର ଏକ ବଡ ସମସ୍ୟା ଅଛି । ଯଦି ଏହା ଶୀଘ୍ର ସମାଧାନ ନହୁଏ, ତେବେ ସମସ୍ୟା ଆହୁରି ଖରାପ ହୋଇପାରେ ।

ବିଶେଷ କରି ଦିଲ୍ଲୀର ଦାଦ୍ରି-୨ ଏବଂ ଉଞ୍ଚାହା ପାୱାର ଷ୍ଟେସନକୁ ବିଦୁ୍ୟତ ୨୪ ଘଣ୍ଟା ଯୋଗାଣରେ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରାଯିବା ସହିତ ମେଟ୍ରୋ ଏବଂ ହସ୍ପିଟାଲରେ ଏନେଇ ସମସ୍ୟା ଦେଖାଯାଇପାରେ । ଏକ ରିପୋର୍ଟ ମୁତାବକ, ଏବେ ଦିଲ୍ଲୀ ୨୫ରୁ ୩୦ ପ୍ରତିଶିତ ବିଦୁ୍ୟତ ଆବଶ୍ୟକ କରୁଛି ।

Govt

Comments are closed.