ନୂଆଦିଲ୍ଲୀ: ଆକ୍ସନ ମୋଡ଼ରେ ଦିଲ୍ଲୀ ପୋଲିସ । ଆତଙ୍କବାଦୀଙ୍କ ବଡ଼ ବିସ୍ଫୋରଣ ଯୋଜନାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ IED ବିସ୍ଫୋରଣ ଯୋଜନା କରୁଥିଲେ। ଏହାସହ ISIS ମୋଡ୍ୟୁଲକୁ ଧ୍ବଂସ କରାଯାଇଛି । ବର୍ତ୍ତମାନସୁଦ୍ଧା ଅପରେସନ୍ ଜାରି ରହିଛି, ଗିରଫ ୨ ଆତଙ୍କୀଙ୍କ ସହ ସମ୍ପୂର୍ଣ୍ଣ ନେଟୱାର୍କକୁ ଖୋଳତାଡ଼ କରୁଛି ପୋଲିସ । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା ଦୁଷ୍ମନ୍ତ ଏବଂ ଅନ୍ୟ ଜଣେ ମଧ୍ୟପ୍ରଦେଶର ଭୋପାଳର ଅଦନାନ ବୋଲି ସୂଚନା ମିଳିଛି । ପୋଲିସ ଅନୁଯାୟୀ, ଉଭୟ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଉଥିଲେ ଏବଂ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସାଦିକ୍ ନଗର ଏବଂ ଭୋପାଳରେ ଏହି ଅପରେସନ କରିଥିଲା, ଯେଉଁଠାରେ ସେମାନଙ୍କୁ ଗିରଫ କରାଯାଇଥିଲା
ତଦନ୍ତ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଏହି ମଡ୍ୟୁଲ୍ ISIS ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ଲିଙ୍କ୍ ହେବାର ସମ୍ଭାବନା ମଧ୍ୟ ଅଛି। ISI ପ୍ରାୟତଃ ISISର ନାମ ବ୍ୟବହାର କରି ଏପରି ମଡ୍ୟୁଲ୍ ସକ୍ରିୟ ରଖେ। ପୋଲିସ ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ କରୁଛି ଏବଂ ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରୁଛି।
