ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର

ଦିଲ୍ଲୀ: ଡିସେମ୍ବର ୦୧ : ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କେଜରିୱାଲ ସରକାର ଦିଲ୍ଲୀବାସୀଙ୍କ ସମାସ୍ୟା କମାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ସେ କ୍ୟାବିନେଟ ବୈଠକ ଡକାଇ ପେଟ୍ରୋଲ ଦର ୮ଟଙ୍କା କମ କରିଛନ୍ତି । ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି । ଏହାପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହେବ । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୧୦୩ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଦର ୧୦୦ ତଳକୁ ଖସି ଆସିବ ।

ସୂଚାନ ଥାଉଯେ, ଦିପାବଳୀରେ କେନ୍ଦ୍ର ସରକାର ଜନତାଙ୍କୁ ଗିଫଫ ଦେଇଥିଲେ । ଏଥିରେ ଏକ୍ସସାଇଜ ଡ୍ୟୁଟି ୫ ଓ ୧୦ ଟଙ୍କା କମ କରିଥିଲେ । ଚଳିତ ବର୍ଷ ଆରମ୍ଭରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଏକ ବଡ଼ ଚିନ୍ତାର କାରଣ ପାଲଟିଥିଲା । ଏହାପରେ କିଛି ରାଜ୍ୟ ମଧ୍ୟ ପେଟ୍ରୋଲ ଉପରେ ଭ୍ୟାଟ କମ କରିଥିଲେ ।

Govt

Comments are closed.