ଦିଲ୍ଲୀ: ଦିଲ୍ଲୀର ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗ୍ରେପ ଷ୍ଟେଜ-୩ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅଧିନରେ ଦିଲ୍ଲୀରେ ଚାଲୁଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡ଼ିଛି । ଘର, ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ସେମାନଙ୍କ ରୋଜଗାରର ପନ୍ଥା ଚାଲିଯାଇଛି । ଏଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ସହାୟତା ରାଶି ମୁତାବକ ଦିଲ୍ଲୀର ପଞ୍ଜିକୃତ ଶ୍ରମିକଙ୍କୁ ୫ ହଜାର ଟଙ୍କା ଦିଆଯିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ଶ୍ରମମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେ ଇସାରିଛନ୍ତି । ପୂର୍ବରୁ ଏହିଭଳି ପ୍ୟାକେଜ କୋଭିଡ-୧୯ ସମୟରେ ମଧ୍ୟ ଦିଲ୍ଲୀ ସରକାର ଶ୍ରମିକମାନଙ୍କୁ ଯୋଗାଇଛନ୍ତି ।
ସୂଚନା ଥାଉଯେ, ଏନସିଆରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢ଼ିଚାଲିଛି । ଫଳରେ ଧୀରେ ଧୀରେ ପବନର ଗୁଣବତ୍ତା ଖରାପ ହେବାରେ ଲାଗିଛି । ଏଠାରେ ଏୟାର କ ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆର ଲଗାତର ଭାବେ ବଢିବାରେ ଲାଗିଛି ।

Comments are closed.