ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼

ଦିଲ୍ଲୀ: ଜାନୁଆରୀ ୦୩: ନୂଆ ବର୍ଷର ପ୍ରମଥ ସୋମବାରରେ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍‌ ଜାମ ଦେଖାଯାଇଛି । ଦିଲ୍ଲୀ ସରକାରଙ୍କ ନୂଆ ମଦ ନିୟମକୁ ବିରୋଧ କରି ଭାଜପା ଏଚ୍‌ଏଚ୍‌୨୪ ରାଜରାସ୍ତାକୁ ଓହ୍ଲାଇଛି । ଫଳରେ ଦକ୍ଷିଣ ଦିଲ୍ଲରେ ଭାରୀ ଟ୍ରାଫିକ୍‌ ଜାମ ଦେଖାଯାଇଛି । ଦୁଇ ଘଣ୍ଟାରୁ ଅଧିକ ସମୟ ଲୋକମାନେ ନିଜ ଗାଡ଼ିରେ ଫସିଛନ୍ତି ।
ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼
ଫଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ଭାଜପା ଦାବୀ ଅନୁସାରେ, ଦିଲ୍ଲୀ ସରକାର ନୂଆ ବର୍ଷରେ ୫୦୦ଟି ନୂଆ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣ କରିଥିଲେ, ହେଲେ ୧୦୦୦ଟି ନୂଆ ମଦ ଦୋକାନ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଯାହାକୁ ବିରେଧ କରି ଭାଜପା ଏହି ‘ଚକା ଜାମ୍‌’ ବିକ୍ଷୋଭ କରିଛି ।
ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼
ଗତ ବର୍ଷ ଦିଲ୍ଲୀ ଅବକାରୀ ବିଭାଗର ନୂଆ ନିୟମ ଘୋଷଣ ହୋଇଥିଲା । ନୂଆ ନିୟମ ଅନ୍ତର୍ଗତେ ରାଜ୍ୟରେ ୮୪୯ଟି ନୂଆ ମଦ ଦୋକାନ ଖୋଲିବା ସହିତ ପ୍ରତ୍ୟେକ ବୋର୍ଡରେ ପ୍ରାୟ ୩ଟି ମଦ ଦୋକାନ ପ୍ରତିଷ୍ଠା କରାଯିବ । ଯାହାକୁ ଭାଜପା ବିରେଧ କରି ରାସ୍ତାକୁ ଓହ୍ଲାଇଛି । ଟ୍ରାଫିକ୍‌କୁ ନିୟମନ୍ତ୍ରଣରେ ଆଣିବା ପାଇଁ ଦିଲ୍ଲୀ ପୋଲିସ କିଛି ଭାଜପା ନେତାଙ୍କୁ ଗିରଫ କରିଥିବା ସୂଚନା ମଧ୍ୟ ମିଳିଛି ।

Govt

Comments are closed.