ଦିଲ୍ଲୀ: ନଭେମ୍ବର ୧୭: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଅଣନିଶ୍ୱାସ ଲାଗୁଛି । ଏଣୁ ଏହାକୁ ନଜରରେ ରଖି କର୍ମଚାରୀମାନେ ‘ୱର୍କ ଫ୍ରର ହୋମ୍’ କରିବାକୁ ସୁପ୍ରିମକୋର୍ଟରେ ସୁପାରିଶ କରିଛନ୍ତି । ହେଲେ ଏହି ସୁପାରିଶକୁ କେନ୍ଦ୍ର ସିଧାସଳଖ ମନା କରିଦେଇଛି । ଏହାସହିତ କେନ୍ଦ୍ର ୩୯୨ ପୁଷ୍ଠାର ବିଶିଷ୍ଠ ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଜଣାଇଛି ଯେ- ସରକାରୀ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । କୋଭିଡ ଯୋଗୁଁ ବିଭିନ୍ନ ସରକାରୀ କାମ ପ୍ରଭାବିତ ହୋଇଛି । ଏଣୁ ଏବେ ୱାର୍କଫ୍ରମ୍ ହୋମ୍ କରିବା ସମ୍ଭବ ନୁହେଁ ।
ସୁପ୍ରିମକୋର୍ଟରେ ଆଜି ଦିଲ୍ଲୀ ପ୍ରଦୂଷଣ ନେଇ ଶୁଣାଣି ହେବ । ଏହା ପୂର୍ବରୁ କେନ୍ଦ୍ର ସତ୍ୟପାଠ ଦାଖଲ କରିଛି । ଗତ ସୋମବାର ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଅନ୍ୟପକ୍ଷେ, ଦିଲ୍ଲୀ ପ୍ରଦୂଷଣ ନେଇ ରାଜ୍ୟ କମିଶନ ଫର ଏୟାର କ ୍ୱାଲିଟି ମ୍ୟାନେଜମେଂଟ ସରକାରଙ୍କୁ ସତର୍କ କରାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା । ଅନ୍ଲାଇନ୍ରେ ପାଠ ପଢ଼ା ଚାଲିବ । ସେହିପରି ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀକୁ ବାହାର ଟ୍ରକ୍ ପ୍ରବେଶ ଉପରେ ବ୍ୟାନ୍ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଅନୁମତି ମିଳିବ ।
୧୦ରୁ ୧୫ ବର୍ଷର ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡିଗୁଡିକର ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଅଫିସ୍ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ବନ୍ଦ ରହିବ । ରେଲେୱ, ମେଟ୍ରୋ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡରେ ହେବାକୁ ଥିବା ନିର୍ମାଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
ସୂଚନା ଥାଉଯେ, ଦିଲ୍ଲୀର ପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଯାଉଛି ଯେ ସକାଳୁ ସକାଳୁ ଘରୁ ବାହରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି । ଏହିପରି କି ଦିଲ୍ଲୀ ଲୋକ ଘରେ ଘରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଓ ଜୀବିକା ଉପରେ ପଡ଼ୁଛି । ପ୍ରଦୂଷଣ ରୋକିବାକୁ ନିକଟରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି

Comments are closed.