ସେନାକୁ ଅଧିକ ଶକ୍ତିଶାଳୀ କରାଇବ ‘ଅର୍ଜୁନ ଏମ୍‌କେ-୧’ କମାଣ

ଦିଲ୍ଲୀ: ସେପ୍‌ଟେମ୍ବର ୨୪ : ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ରକ୍ଷାମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରାୟ ୭, ୫୨୩ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ୧୧୮ଟି ‘ଅର୍ଜୁନ ଏମ୍‌କେ-୧’ ମଡେଲ ଟ୍ୟାଙ୍କ ବା କମାଣ ପ୍ରସ୍ତୁତ କରିବା ପାଇଁ ନିଷ୍ପିତ୍ତି ନେଇଛି । ଯାହା ସେନାକୁ ଦ୍ୱିଗୁଣିତ ଶକ୍ତିଶାଳୀ କରାଇବ ।
ସୂଚନା ଅନୁସାରେ, ଅର୍ଜୁନ ଏମକେ-୧ କମାଣର ପ୍ରସ୍ତୁତି ପାଇଁ ପ୍ରତିରକ୍ଷା ବିଭାଗ ଚେନ୍ନାଇ ସ୍ଥିତ ‘ହେଭି ଭେଇକିଲ୍ସ ଫ୍ୟାକଫ୍ରି’(ଏଚ୍‌ଭିଏଫ୍‌) ସହ ଚୁକ୍ତି କରିଛି । ଏହି ଚୁକ୍ତି ଭାରତର ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନକୁ ଆଗେଇ ନେବା ସହିତ ଆତ୍ମନିର୍ଭର ଭାରତକୁ ସଫଳ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଇଛି । ଏଥିରେ ୨ଶହ ସଂସ୍ଥା ଉପକୃତ ହେବ । ଏହାସହିତ ପ୍ରାୟ ୮ ହଜାର ଲୋକମାନଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହେଭି ଭେଇକିଲ୍‌ ଫ୍ୟାକଫ୍ରି ମିଳିତ ଭାବେ ଏହି କମାଣର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ପ୍ରସ୍ତୁତି ହେଉଥିବା କମାଣରେ ୭୨ଟି ନୂତନ ବେଶିଷ୍ଟ୍ୟ ସଂଯୋଗ କରାଯାଉଛି । ଏହାସହିତ ଏଥିରେ ସ୍ୱଦେଶୀ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଯାହା ଏମ୍‌କେ-୧ ଯୁକ୍ତ ପୂର୍ବ କମାଣଠାରୁ ଅଧିକ ଶକ୍ତିଶାଳୀ ହେବ । ଏମ୍‌କେ-୧ କମାଣ ସବୁପ୍ରକାର ଭୂମିରେ ଚଳାଚଳ କରିପାରିବା ସହିତ ଦିନ ଓ ରାତିରେ ସମାନ ଧରଣର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବ । ଶତ୍ରୁ ପକ୍ଷ ଉପରେ କେମିକାଲ୍‌ ଆକ୍ରମଣ କରିବା ଲାଗି ଏହି ନୂତନ କମାଣରେ ଏକ ସ୍ୱତନ୍ତ୍ର ସେନ୍‌ସର ବ୍ୟବହାର କରାଯିବ । ଏହାସହ ଏମ୍‌କେ-୧ କମାଣ ଉପରେ କୌଣସି ପ୍ରକାରର ମିସାଇଲ ଓ ଗ୍ରେନେଡ ପଡ଼ିଲେ, ଏହାର କିଛି କ୍ଷତି ହେବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.