ହାଇକୋର୍ଟର ଦ୍ୱାରସ୍ଥ ହେଲେ ବହ୍ମପୁରର ଝିଅ ଦୀପିକା

ଭୁବନେଶ୍ୱର: ପ୍ରେମିକଙ୍କ ଘର ଦୁଆରରେ ଦୀର୍ଘ ୭୦ ଦିନ ହେବ ଧାରଣାରେ ବସିଥିବା ବହ୍ମପୁରର ଝିଅ ଦୀପିକା ଶେଷରେ ନ୍ୟାୟ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ସେଠାରେ ସେ ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପ୍ରାର୍ଥନା କରିଛନ୍ତି । ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇଥିବା ପ୍ରେମିକ କେ. ଦିନେଶ ବର୍ତ୍ତମାନ ଜାମିନରେ ଅଛନ୍ତି । ଏଣୁ ମାମଲାର ତୁରନ୍ତ ଶୁଣାଣି ପାଇଁ ଦୀପିକା ଆବେଦନ କରିଛନ୍ତି ।
ହାଇକୋର୍ଟର ଦ୍ୱାରସ୍ଥ ହେଲେ ବହ୍ମପୁରର ଝିଅ ଦୀପିକା

ଅନ୍ୟପକ୍ଷରେ, ଗତକାଲି ଦୀପିକା ନ୍ୟାୟ ପାଇଁ ମହିଳା କମିସନର ଦ୍ୱାରସ୍ଥ ହୋଇଥିଲେ । ଆଲୋଚନା ପାଇଁ ମହିଳା କମିଶନ କେ. ଦିନେଶଙ୍କୁ ଡକାଇ ଥିଲେ । ହେଲେ ପରିବାର ସଦସ୍ୟଙ୍କ ଦେହ ଖରାପ କାରଣ ଦର୍ଶାଇ ଦିନେଶ ଅନୁପସ୍ଥିତ ରହିଲେ । ତେବେ ଆଜି ପାଖାପାଖି ୨ ଘଣ୍ଟାର ଆଲୋଚନା ପରେ ଦୀପିକା ନିଜ ପ୍ରତିକ୍ରିୟା ଭଲ ଆଲୋଚନା ହୋଇଛି ବୋଲି କହିଥିଲେ ।

ହାଇକୋର୍ଟର ଦ୍ୱାରସ୍ଥ ହେଲେ ବହ୍ମପୁରର ଝିଅ ଦୀପିକା

ସୂଚନା ଥାଉଯେ, ପୂର୍ବରୁ ଦୀପିକା ଓ ଦିନେଶ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦିନେଶ ଜେଲକୁ ଯାଇଥିଲେ । ଆଉ ଜେଲରୁ ଫେରିବା ପରେ ଦିନେଶ ପ୍ରେମିକା ଦୀପିକଙ୍କୁ ଛାଡ଼ି ଦେଇଥିଲେ । ହେଲେ ଏହାରି ମଧ୍ୟରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଓ ଏବେ ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରୁଛନ୍ତି । ଏଣୁ ସେ ଉଚିତ୍‌ ନ୍ୟାୟ ପାଇଁ ପ୍ରେମିକ କେ. ଦିନେଶଙ୍କ ଘର ଦୁଆରରେ ଧାରଣାରେ ବସିଛନ୍ତି । ତେବେ ଦୀପିକାଙ୍କର ଧାରଣ ବସିବା ଓ ପ୍ରେମିକର ପରିବାର ଲୋକଙ୍କ ସହିତ ଝଗଡ଼ା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି ।

Launching Ceremony of “AYUSHMAN BHARAT

Comments are closed.