ବିବାହକୁ ପୂରିଲା ବର୍ଷେ, ପତି ଓ ପରିବାରଙ୍କ ସହ ଭେଙ୍କେଟେଶ୍ୱର ମନ୍ଦିରରେ ଦୀପିକା

ସମୟ ଲାଇଭ୍‍,୧୪/୧୧: ବଲିଉଡ଼ର ଜଣାଶୁଣା ଯୋଡ଼ି ଦୀପ-ବୀରଙ୍କ ଆଜି ପ୍ରଥମ ବିବାହ ବାର୍ଷିକୀ। ଏ ଅବସରରେ ଅଭିନେତ୍ରୀ ଦୀପିକା ପାଦୁକୋନ ପତି ରଣବୀର ଓ ପରିବାରଙ୍କ ସହ ତିରୁପତିସ୍ଥିତ ଭେଙ୍କେଟେଶ୍ୱର ମନ୍ଦିର ଯାଇ ଦର୍ଶନ କରିଛନ୍ତି। ଲାଲ ରଙ୍ଗର ଶାଢ଼ୀ ସହ ଷୋହଳ ଶୃଙ୍ଗାରରେ ନଜର ଆସିଛନ୍ତି ଦୀପିକା। ସେହିପରି ରଣବୀର ଏକ ଘିଅ ରଙ୍ଗର ସେରୱାନୀ ସହ ଗୋଲାପୀ ରଙ୍ଗର ଦୋସଡ଼ା କାନ୍ଧରେ ପକାଇଥିବା ଦେଖିବାକୁ ମିଳିଛି। ଉଭୟ ମିଡ଼ିଆକୁ ପୋଜ୍‍ ଦେବା ସହ ନିଜ ଫ୍ୟାନମାନଙ୍କ ସହ ମଧ୍ୟ ସମୟ ବିତାଇଛନ୍ତି। ତେବେ ନଭେମ୍ବର ୧୪ରେ ଭେଙ୍କେଟେଶ୍ୱର ଓ ପଦ୍ମାବତୀ ମନ୍ଦିର ଯିବା ସହ ୧୫ ତାରିଖରେ ସେମାନେ ପରିବରେ ସହ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି ସୂଚନା ମିଳିଛି। ସେହିଦିନ ହିଁ ସେମାନେ ପରିବାର ସହ ମୁମ୍ବାଇ ଫେରିଯିବେ କୁହାଯାଉଛି।

Launching Ceremony of “AYUSHMAN BHARAT

Comments are closed.