ନିଜର ନିଖୁଣ ଅଭିନୟ ଓ ବୋଲï ଅନ୍ଦାଜ ପାଇଁ ବଲିଉଡ୍ ଠାରୁ ଆରମ୍ଭକରି ହଲିଉଡ୍ ସବୁଠି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୀପିକା ପାଦୁକୋନ୍ । ତାଙ୍କୁ କେବଳ ବି ଟାଉନ୍ ନୁହେଁ ହଲିଉଡ୍ରେ ମଧ୍ୟ କିଛି ଭଲ ପ୍ରୋଜେକଫରେ ଦେଖିବାକୁ ମିଳିଛି । ଭାରତୀୟ ସିନେମାର ନାଁକୁ ବିଶ୍ୱରେ ପରିଚିତ କରାଇପାରିଛନ୍ତି ଦୀପିକା ।
ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ହଲିଉଡ ପ୍ରୋଜେକଫକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଲିଉଡର ପରିଚିତ କଳାକାର ମେଘନା ମାର୍କେଲଙ୍କ ଶୋ’ରେ ନଜର ଆସିବେ ଦୀପିକା । ମେଘନା ମାର୍କେଲଙ୍କର ଏକ ନୂଆ ଡିଜିଟାଲ ଟକ ଶୋ’ ପ୍ରୋଡକାଷ୍ଟ ଲଞ୍ଚ ହୋଇଛି, ଯେଉଁଥିରେ ପୂରା ବିଶ୍ୱର ବିଭିନ୍ନ କ୍ଷେତ୍ରରେ ନାଁ କରିଥିବା ମହିଳା ଭାଗନେବେ । ତେବେ ଏହି ଶୋ’ର ଟିଜର ରିଲିଜ୍ ସରିଛି, ଯେଉଁଥିରେ ଅନେକ ଗେଷ୍ଟଙ୍କର ଭଏସ୍ ରହିଛି । ସେହି ରେକର୍ଡିଂରେ ଦୀପିକାଙ୍କ ସ୍ୱରକୁ ଫ୍ୟାନମାନେ ଚିହ୍ନିପାରିଛନ୍ତି ।
ତେଣୁ ଦୀପିକା ଶୋ’ରେ ଗେଷ୍ଟ ହେବା ନେଇ ଆକଳନ କରାଯାଉଛି । ତେବେ ଏହି ଶୋ’ରେ ପ୍ରଥମ ଗେଷ୍ଟ ଭାବେ ପରିଚିତ ଟେନିସ୍ ଖେଳାଳି ସେରେନା ୱିଲିୟମସ୍ ଭାଗ ନେଇଛନ୍ତି । ସେହିଭଳି ଦୀପିକାଙ୍କ ଗେଷ୍ଟ ହେବା ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।

Comments are closed.