ମୁମ୍ବାଇ: ସିନେମା ଏବଂ କ୍ରିକେଟର ସମ୍ପର୍କ ବହୁତ ପୁରୁଣା । କେତେକ କ୍ରିକେଟର୍ ଫିଲ୍ମ ଷ୍ଟାରଙ୍କୁ ବିବାହ କରିଥିବା ବେଳେ ଅନେକ ଷ୍ଟାର କ୍ରିକେଟ୍ ଟିମ୍ କିଣିଛନ୍ତି । ଏପରି ସେଲିବ୍ରେଟିଙ୍କ ମଧ୍ୟରେ ଜୁହି ଚାୱଲା, ଶାହରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ପରି ଷ୍ଟାର ସାମିଲ ଅଛନ୍ତି । ଆଉ ଏବେ ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ।
ସୂତ୍ର ଅନୁଯାୟୀ ଆଗାମୀ ବର୍ଷର ଆଇପିଏଲରେ ଦୀପବୀର ଯୋଡ଼ି ନିଜର ଏକ ନୂଆ ଆଇପିଏଲ ଟିମ୍ ଲଞ୍ଚ୍ କରିବେ । ତେବେ ସୂଚନା ଅନୁଯାୟୀ ୨୦୨୨ ବର୍ଷରେ ଆଇପିଏଲରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ବିସିସିଆଇ କହିଛି ଯେ ଆଗାମୀ ବର୍ଷ ଆଇପିଏଲରେ ୮ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ଖେଳିବେ ଅର୍ଥାତ୍ ୨ଟି ନୂଆ ଟିମ୍ ସାମିଲ ହେବ । ୨ଟି ନୂଆ ଟିମ୍କୁ କିଣିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ଆଗକୁ ଆସିବାର ଲାଗିଲେଣି । ଏମାନଙ୍କୁ ମଧ୍ୟରେ ରଣବୀର ଏବଂ ଦୀପିକାଙ୍କ ନାମ ସାମ୍ନାକୁ ଆସିଛି । ଏଥିପାଇଁ ଏକ ଦରଖାସ୍ତ ମଧ୍ୟ ଦାଖଲ କରିଛନ୍ତି ଏହି ଷ୍ଟାର କପଲ୍ । ତେବେ ଏନେଇ ଏପର୍ଯ୍ୟନ୍ତ ଅଧିକ ସୂଚନା ନମିଳିଥିଲେ ମଧ୍ୟ ଦୀପବୀର ଯୋଡ଼ିଙ୍କ ସହ ଏକ ବଡ଼ ବିଜନେସ ହାଉସ୍ ଆସୁଛି । ଯଦି ଏହି ଷ୍ଟାର କପଲ୍ ମଇଦାନକୁ ଓହ୍ଲାଉଛନ୍ତି ତାହେଲେ ଅନ୍ୟ ଷ୍ଟାରଙ୍କ ସହ ଦମଦାର ଟMର ହେବାର ସମ୍ଭାବନା ରହିଛି ।

Comments are closed.