ଜେଏନୟୁ କ୍ୟାମ୍ପସରେ ପ୍ରିୟଙ୍କା: ସୋସିଆଲ ମିଡିଆରେ ଚର୍ଚ୍ଚା

ଦିଲ୍ଲୀ,୮/୧: ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭରର୍ସିଟିରେ ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କ୍ୟାମ୍ପସରେ ପହଞ୍ଚି ହଇଚଇ ସୃଷ୍ଟି କରିଛନ୍ତି। ହିଂସା ବିରୋଧର ପ୍ରଦର୍ଶନକାରୀ ଛାତ୍ରଙ୍କୁ ଦୀପିକାଙ୍କ ସମର୍ଥନ ନେଇ ପ୍ରଶଂସା ହେଉଛି। ଏହାକୁ ନେଇ ଦୀପିକାଙ୍କ ବିପକ୍ଷରେ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଦୀପିକାଙ୍କର ଏହି ନିଷ୍ପତିକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। ଦୀପିକାଙ୍କ ଫିଲ୍ମ ‘ଛପାକ’ ଆସନ୍ତା ୧୦ ଜାନୁଆରୀରେ ରିଲିଜ୍‌ ହେବାର ରହିଛି। ଏହି କାରଣରୁ କିଛି ଲୋକମାନେ ଦୀପିକାଙ୍କୁ ଜେଏନୟୁ ଯିବା ପାଇଁ କହିଥିଲେ। ଏଥିସହ କିଛି ଲୋକମାନେ ଦୀପିକାଙ୍କ ଫିଲ୍ମ ‘ଛପାକ’ ଦେଖି ଜେଏନୟୁ ହିଂସାର ବିରୋଧରେ ସାମିଲ ହେବା ପାଇଁ ଆପତ୍ତି କରିଥିଲେ।

Launching Ceremony of “AYUSHMAN BHARAT

Comments are closed.