କାନ୍‌ସରେ ପୋଷାକକୁ ନେଇ ଦୀପିକାଙ୍କ ଚର୍ଚ୍ଚା

କାନ୍‌ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ଶୁଭାରମ୍ଭ ପରଠୁ ହିଁ ଲଗାତାର ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ୨ ବର୍ଷର କରୋନା ମହାମାରୀ ପରେ ପୁଣି ଥରେ କାନ୍‌ସ ରେଡ୍‌ କାର୍ପେଟରେ ତାରକାଙ୍କ ଭିଡ଼ ଜମିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ସେଲିବ୍ରେଟଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିଛି । ଏହି ଫେଷ୍ଟିଭାଲର ଅଷ୍ଟମ ଦିନରେ ମଧ୍ୟ ବଲିଉଡ୍‌ର ସୁନ୍ଦରୀ ନାୟିକା ଦୀପିକା ପାଦୁକୋନଙ୍କ ସହ ଉର୍ବଶୀ ରୌତେଲା, ଅଦିତି ରାଓ ହାଇଦରୀ, ଏମୀ ଜ୍ୟାକସନ୍‌ ଏବଂ ନରଗିସ୍‌ ଫାକରୀ ରେଡ୍‌ କାର୍ପେଟ୍‌ରେ ନିଜ ଫ୍ୟାଶନ ସେନ୍ସ ଜରିଆରେ ବିଦେଶୀ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ପ୍ରତିଦିନ ତାଙ୍କର ସୁପର ଷ୍ଟନିଂ ଲୁକ୍‌ ଦ୍ୱାରା ସମସ୍ତଙ୍କୁ ସରପ୍ରାଇଜ୍‌ କରୁଛନ୍ତି । ଇଣ୍ଡିଆନରୁ ଆରମ୍ଭ କରି େୱଷ୍ଟର୍ନ ପର୍ଯ୍ୟନ୍ତ ଦୀପିକା କାନ୍ସରେ ପ୍ରତି ଆଉଟଫିଟ୍‌ରେ ନିଜ ଚମକ ଦେଖାଉଛନ୍ତି । ଏହିକ୍ରମରେ ଦୀପିକାଙ୍କ ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି ।

 କାନ୍‌ସରେ ପୋଷାକକୁ ନେଇ ଦୀପିକାଙ୍କ ଚର୍ଚ୍ଚା

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ହୋଇଥିବା ଦୀପିକା ଅଷ୍ଟମ ଦିନରେ କଳା ଏବଂ ସୁନେରୀ ଶିମରୀ ବଡିକନ୍‌ ଗାଉନ ପିନ୍ଧି ସମସ୍ତଙ୍କୁ ଚକିତ କରିଛନ୍ତି । ଦୀପିକା ଫିଲ୍ମ ଏଲ୍‌ଭିସ୍‌ର ସ୍କ୍ରିନିଂ ପାଇଁ ଏହି ଗାଉନ ପିନ୍ଧି ରେଡ୍‌ କାର୍ପେଟକୁ ଓହ୍ଲାଇଥିଲେ । ଦୀପିକାଙ୍କ ବ୍ଲାକ୍‌ ଏବଂ ଗୋଲେïନ ଗାଉନର ଡ୍ରାମେଟିକ୍‌ ସ୍କିଭ୍‌ଜ ତାଙ୍କ ଲୁକ୍‌କୁ ସବୁଠୁ ଅଧିକ ହାଇଲାଇଟ୍‌ କରିଛି । ଏହାସହ ଶିିମରୀ ବ୍ଲାକ୍‌ ଫେଦର୍‌ ମଧ୍ୟ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଛି । ତେବେ ଏହି ଲୁକ୍‌ରେ ଦୀପିକାଙ୍କ ଫଟୋ ସାମ୍ନାକୁ ଆସିବା ମାତ୍ରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ସମସ୍ତେ ପ୍ରଶଂସା କରିଛନ୍ତି । ରଣବୀର ସିଂହ ତାଙ୍କ ଲେଡି ଲଭ୍‌କୁ ଦେଖି ଇନଷ୍ଟାଗ୍ରାମରେ କୁଇନ୍‌ କମେଣ୍ଟ୍‌ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.