ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ

ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍‌ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି । ବର୍ତ୍ତମାନ ଟାଇମ୍‌ ମାଗାଜିନର ‘୧୦୦ ଇମ୍ପାକ୍‌ଟ ଆୱାର୍ଡର ପପୁଲାର୍‌ ଲିଷ୍ଟ’ ୨୦୨୨ରେ ତାଙ୍କ ନାମ ସାମିଲ ହୋଇଛି । ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ତାଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ ତାଙ୍କ ନାମ ଏହି ତାଲିକାରେ ପୂର୍ବରୁ ମଧ୍ୟ ସାମିଲ ରହିଥିଲା । ୨୦୧୮ରେ ପ୍ରଥମ ତାଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଥିଲା ।

ଏହି ୧୦୦ ଇମ୍ପାକ୍‌ଟ ଆୱାର୍ଡ ପାୱାର ଲିଷ୍ଟରେ ସିଇଓ, ବିଜ୍‌ନେସ୍‌ ମ୍ୟାନ୍‌, କଳାକାର, ବୈଜ୍ଞାନିକ, ପପ୍‌ ଷ୍ଟାର୍‌ ,ରାଜନେତାଙ୍କଠାରୁ ନେଇ ବିଶ୍ୱର ବହୁ ଲୋକପ୍ରିୟ ତଥା ବଳିଷ୍ଠ ବ୍ୟତିତ୍ୱ ଥିବା ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଥାଏ ।

Comments are closed.