ଜୟପାଟଣା : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛଳା ଗ୍ରାମର ମୁନିରାମ ମାଝୀ । ବୟସ ୫୫ , ଚେରୀମୂଳୀ ଔଷଧର ବ୍ୟବହାରକାରୀ ଦେଶୀ ଉପଚାରରେ ହାଡ଼ଭଙ୍ଗା, ଅମ୍ଳ, ମୁର୍ଛା, ଶ୍ୱାସ, ମଳକଣଫକ, ରକ୍ତହୀନତା, ବାତରୋଗ ଇତ୍ୟାଦି ରୋଗୀମାନଙ୍କୁ ସଫଳତାର ସହ ସେବା ଯୋଗେଇ ଆସୁଛନ୍ତି । ଦୀର୍ଘ ୪୫ ବର୍ଷର ଅଭିଜ୍ଞତାକୁ ପାଥେୟ କରି ବିଭିନ୍ନ ରୋଗୀମାନଙ୍କୁ ଚେରୀମୂଳୀ ଔଷଧର ପ୍ରୟୋଗ ଦ୍ୱାରା ବହୁ ଦୂରଦୂରାନ୍ତରୁ ଦିନ ପ୍ରତିଦିନ ଲୋକେ ଏହି ମଫସଲୀ ବୈଦ୍ୟଙ୍କ ପାଖକୁ ପହଞ୍ଚି ଆରୋଗ୍ୟ ହେଉଥିବା ବିଷୟ ମୁନିରାମ ପ୍ରକାଶ କରନ୍ତି ।
ବିଶେଷ କରି ହାଡ଼ଭଙ୍ଗା ରୋଗୀଙ୍କ ନିମନ୍ତେ ଅବ୍ୟର୍ଥ ଔଷଧ ଦେଉଥିବା ଯୋଗୁଁ ବହୁ ସଂଖ୍ୟାରେ ଲୋକେ ବୈଦ୍ୟଙ୍କ ପାଖରେ ସମାଗମ ହେଉଛନ୍ତି । ଯେକୌଣସି ସ୍ଥିତିରେ ହାଡ଼ ଭାଙ୍ଗିଥିଲେ ମଧ୍ୟ ମୁନିରାମ ମାଝୀ ଭଙ୍ଗା ସ୍ଥାନରେ ହାତ ଲଗେଇ ନିଜ ଅନୁଭୂତିରୁ ଭଙ୍ଗା ସ୍ଥାନକୁ ସଜାଡ଼ି ଔଷଧ ଖାଇବାକୁ ଦେଇ ୩୬ ଘଣଫା ମଧ୍ୟରେ ଭଙ୍ଗାହାଡ଼ ଏକ ସୁବିଧା ଜନକ ସ୍ଥିତିରେ ଆସୁଥିବା ବିଷୟ ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ଏପରି ନିରନ୍ତର ଭାବେ ସେବା ଯୋଗେଇ ବହୁ ସଂଖ୍ୟାରେ ହାଡ଼ଭଙ୍ଗା ରୋଗୀ ଙ୍କୁ ଆଶୁ ଚିକିସିା ଯୋଗେଇ ଆସୁଛନ୍ତି । ସେବା ଓ ଔଷଧ ବାବଦକୁ ଅତି କମ ମୂଲ୍ୟ ନେଉଥିବା ବିଷୟ ଗ୍ରାମ ଲୋକେ ତଥା ସୁଫଳ ପାଇଥିବା ରୋଗୀମାନେ ପ୍ରକାଶ କରନ୍ତି । ଆଧୁନିକ ବିଜ୍ଞାନ ପ୍ରଣାଳୀ ରେ ହାଡ଼ଭଙ୍ଗା ରୋଗୀ କଷ୍ଟ ପାଇବା ସହ ବହୁ ଅର୍ଥ ବ୍ୟୟରେ ଦୀର୍ଘ ଦିନ ଧରି ଚିକିସିିତ ହୋଇ ଆସୁଥିବା ବେଳେ ଅତି କମ ମୂଲ୍ୟରେ ଆରୋଗ୍ୟ ହେଉଥିବା ଯୋଗୁଁ ବିଶେଷ କରି ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକେ ଏହି ବୈଦଙ୍କ ଦ୍ୱାରା ସଫଳତାର ସହ ଆରୋଗ୍ୟ ହେଉଥିବା ଜଣାପଡ଼େ ।
ବୈଦଙ୍କ ଘରେ ସ୍ଥାନର ଅଭାବ ଏବଂ ମହାମାରୀ କରୋନାକୁ ଭୟ କରି ଉଛଳା ଗ୍ରାମବାସୀ ସ୍ଥାନୀୟ ମାଁ ଡୋକରୀ ଯୁବ ଅନୁଷ୍ଠାନ କ୍ଲବ ଘରେ ଚିକିସିା ନିମନ୍ତେ ବ୍ୟବସ୍ଥା କରି ଦେଇଛନ୍ତି । ଅନେକ ଗୁଡ଼ିଏ ରୋଗର ଚେରୀମୂଳୀ ଔଷଧ ଦେଇ ସଫଳତାର ସହ ଚିକିସିା କରି ଆସୁଥିବା ହେତୁ ଜିଲ୍ଲା ସ୍ତରୀୟ ବୈଦ୍ୟ ସଂଯୋଜନା କମିଟି କଳାହାଣ୍ଡି ରେଜିଷ୍ଟ୍ରେସନ୍ ନଂ. ୮୦/୧୦, ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ‘ପ୍ରକୃତି ମିତ୍ର’ ସମ୍ମାନରେ ପୁରସ୍କୃତ ହୋଇଛନ୍ତିି । ସରକାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନିମନ୍ତେ ଏଲୋପେଥିକ୍, ଆୟୁର୍ବେଦିକ୍, ହୋମିଓପେଥିକ୍ ତଥା ବିଜ୍ଞାନ ପ୍ରଣାଳୀରେ ଅତ୍ୟାଧୁନିକ ସେବା ଯୋଜନା ପ୍ରଣିତ କରି ସହରଠାରୁ ମଫସଲ ପର୍ଯ୍ୟନ୍ତ ସେବା ଯୋଗେଇ ଆସୁଥିବା ବେଳେ ଚେରୀମୂଳୀ ଔଷଧରେ ବିଜ୍ଞ ଥିବା ଏବଂ ଜନସେବା ରେ ନିୟୋଜିତ ଥିବା ଚେରୀମୂଳୀ ବୈଦ୍ୟ, ଚିକିସିକ ମାନଙ୍କୁ ପ୍ରୋସିାହନ ଦେବା ସହ ଆବଶ୍ୟକୀୟ ସହାୟତା ଦିଗରେ ଅଣଦେଖା ହୋଇ ଆସୁଥିବା ଯୋଗୁଁ ଚେରୀମୂଳୀ ସେବା ଯୋଗେଇ ଆସୁଥିବା ବୈଦ୍ୟ ମାନେ ବହୁ ପଛରେ ପଡ଼ି ରହିଥିବା ବିଷୟ ଉଛଳା ଗ୍ରାମର ବୈଦ୍ୟ ମୁନିରାମ ମାଝୀ ଏହାର ନିଚ୍ଛକ ଉଦାହରଣ ସାଜିଛନ୍ତି । ଚେରୀମୂଳୀ ସେବା ଯୋଗେଇଦେବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଆବଶ୍ୟକୀୟ ସୁପଦକ୍ଷେପ ଗ୍ରହଣ ପୂର୍ବକ ଚେରୀମୂଳୀ ଔଷଧ ର ବିଜ୍ଞ ବୈଦ୍ୟ ମାନଙ୍କୁ ଚିହ୍ନଟ କରି ଏମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ଭିତିଭୂମି ଯୋଜନା ସେବା ଯୋଗେଇ ଦେଲେ ଜନ ସ୍ୱାସ୍ଥ୍ୟ ସେବା ର ଉନ୍ନତି ଓ ପ୍ରଗତି ହୋଇପାରନ୍ତି ବୋଲି ଜନସାଧାରଣ ରେ ଦାବି ଉଠୁଛି ।

Comments are closed.