ୟୁଟ୍ୟୁବର ଭୁବନ ବାମଙ୍କ ଭିଡିଓ ଦେଖିବାକୁ ଦର୍ଶକ ସବୁବେଳେ ଅପେକ୍ଷା କରି ବସିଥାଆନ୍ତି । ଇନ୍ଫ୍ଲìଏନ୍ସର ଓ କମେଡିଆନ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ଭୁବନଙ୍କର ଏହି ସଫଳତା ତାଲିକାରେ ଏକ ନୂଆ କଥା ସାମିଲ ହେବାକୁ ଯାଉଛି । ଖୁବଶୀଘ୍ର ଭୁବନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜ ସୋସିଆଲ ମିଡିଆରେ ଧର୍ମା ପ୍ରଡକସନ୍ ସହିତ ପ୍ରୋଜେକଫର ସାଇନିଂ କଣ୍ଟ୍ରାକଫର ଫଟୋ ଅପଲୋଡ କରିଛନ୍ତି । ତେଣୁ ସେ ଅଫିସିଆଲି ଧର୍ମା ପ୍ରଡକସନ୍ରୁ ହିିଁ ବଲିଉଡରେ ଡେବ୍ୟୁ କରିବେ ବୋଲି ସ୍ପଷ୍ଟ ହୋଇଛି । ସେହିଭଳି ତାଙ୍କ ପୋଷ୍ଟର କ୍ୟାପସନ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ସେ ସମସ୍ତଙ୍କୁ ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଇଛନ୍ତି, କାରଣ ସ୍ୱପ୍ନ ପୂରଣ ହୋଇଥାଏ । ତାଙ୍କ ପୋଷ୍ଟରେ ଅନେକ ସେଲିବ୍ରିଟି ଓ ଦର୍ଶକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ କଠିନ ପରିଶ୍ରମର ଏହା ହେଉଛି ଫଳ ବୋଲି ସମସ୍ତେ ମତ ଦେଉଛନ୍ତି ।
