ଶାହରୁଖଙ୍କୁ ହତ୍ୟା ଧମକ

ମୁମ୍ବାଇ : ବଲିଉଡର ଅଭିନେତା ଶାହାରୁଖ ଖାନଙ୍କୁ ହତ୍ୟା ଧମକ । ସଲମାନ ଖାନଙ୍କ ପରେ ବର୍ତ୍ତମାନ ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କୁ ହତ୍ୟା ଧମକ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୁମ୍ବାଇ ପୋଲିସର ସୂଚନାନୁସାରେ, ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି । ଆଇପିସି ଧାରା 308(4), 351(3)(4) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଛତିଶଗଡର ରାୟପୁରରୁ ଏହି ଧମକ ଶାହାରୁଖ ଖାନଙ୍କୁ ମିଳିଥିବା କୁହାଯାଉଛି । ରାୟପୁରର ଫୈଜାନ୍ ନାମକ ଜଣେ ବ୍ୟକ୍ତି ଏହି ଧମକ ଦେଇଥିବା କୁହାଯାଉଛି । ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ କଟିଏ ତାଙ୍କ ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଖବର ଅନୁଯାୟୀ ମୁମ୍ବାଇ ପୁଲିସର ଏକ ଟିମ୍ ତଦନ୍ତ ପାଇଁ ରାୟପୁରରେ ମଧ୍ୟ ପହଞ୍ଚିଛି। ହତ୍ୟା ଧମକ ଦେଇଥିବା ବ୍ୟାକ୍ତିଙ୍କ ଲୋକେସନ୍‌ ଟ୍ରେସ୍‌ ଚାଲିଛି। ଏହି ପୂରା ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ। ବାନ୍ଦ୍ରା ପୁଲିସ ଷ୍ଟେସନରେ 308 (4), 351 (3) (4) BNS ଅଧୀନରେ ଏକ ମାମଲା ରୁଜୁ ହୋଇଛି।

ହତ୍ୟା ଧମକ ପରେ ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଏହାପରେ ଶାହରୁଖଙ୍କୁ ୱାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଓ ‘ଜୱାନ’ର ସଫଳତା ପରେ ୨୦୨୩ ବେଳକୁ ତାଙ୍କୁ ଶେଷଥର ପାଇଁ ଏକ ହତ୍ୟା ଧମକ ମିଳିଥିଲା ।

Launching Ceremony of “AYUSHMAN BHARAT

Comments are closed.