ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ସିନେମାର ପ୍ରଥମ ମହିଳା ଗୀତିକାର ଶ୍ରୀମତି ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମସ୍ତିଷ୍କାଘାତରେ ଦୀର୍ଘ ୮ମାସ ହେବ ବିନୋଦିନୀ ଦେବୀ ଶଯ୍ୟାଶାୟୀ ଥିଲେ I ସେ ଅନୁଗୁଳଠାରେ ରହୁଥିବା ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉବା ବେଳେ ଆଜି ସକାଳେ ସେ ଇହଲୀଳା ସମ୍ବରଣ କରିଛନ୍ତି ।

୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମ ଗ୍ରହଣ କରିଥିଲେ ବିନୋଦିନୀ । ଓଡ଼ିଆ ଚଳଚ୍ଚିତ୍ରର ଅନେକ ଅବଦାନ ରହିଛି ତାଙ୍କର । ସେ ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ପ୍ରଥମ ଥର ଲେଖିଥିଲେ ଗୀତ । ଏହା ସହିତ ସେ ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତର ଗୀତିକାର ମଧ୍ୟ ଥିଲେ । ତଅପୋଇ, ଅସ୍ତରାଗ ଚଳଚ୍ଚିତ୍ର ପାଇଁ ରଚନା କରଥିଲେ ଗୀତ । ଏହାସହ ମୁଁ ତୁମେ ଓ ସେ, ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ ପାଇଁ ଗୀତ ଲେଖିଥିଲେ ବିନୋଦିନୀ ଦେବୀ ।

Launching Ceremony of “AYUSHMAN BHARAT

Comments are closed.