ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା,ଚାପରେ ଓଡ଼ିଶା ପୁଲିସ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନରେ ଆସିଥିବା ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଚାପରେ ଓଡିଶା ପୋଲିସ I ଏହି ଘଟଣାରେ ରାୟଗଡା ପୋଲିସ ତଦନ୍ତ ଚଳାଇଥିବା ବେଳେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି I ସିଆଇଡିକୁ ସ୍ଥାନୀୟ ପୁଲିସ ସହଯୋଗ କରିବ। ଆଜି ଏହା କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଘଟଣାର ଛାନ ଭିନ କରିବାକୁ ସେଠାରେ ପହଞ୍ଚିଛନ୍ତି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ତାଙ୍କ ସହ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା I

ଗତ ଡିସେମ୍ବର ୨୧ ତାରିଖରେ ଓଡିଶା ର ରାୟଗଡାକୁ ପର୍ଯ୍ୟଟନ ରେ ୪ ଜଣ ରୁଷୀୟ ନାଗରିକ ପର୍ଯ୍ୟଟନ ରେ ଆସିଥିବାବେଳେ ମାତ୍ର ୨ ଦିନ ବ୍ୟବଧାନରେ ୨ପର୍ଯ୍ୟଟକଙ୍କର ସନ୍ଦେହ ଜଣକ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି ଅନ୍ୟ ଦୁଇ ରୁଷୀୟ ନାଗରିକ । ତାଙ୍କ ସହିତ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ଏମାନଙ୍କୁ ଦୁଇ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ସମ୍ପର୍କରେ ଅଧିକ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

ଗତକାଲି ଭୁବନେଶ୍ୱରରେ ୩ ଜଣଙ୍କୁ ବହୁ ସମୟ ଧରି ପଚରାଉଚରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଉଚରା କରିଥିଲେ । କେବେ ଓଡ଼ିଶା ଆସିଥିଲେ ? କେଉଁ କେଉଁ ସ୍ଥାନ ବୁଲାବୁଲି କରିଛନ୍ତି ? ଓଡ଼ିଶାରେ ଆଉ କେଉଁ ସ୍ଥାନ ବୁଲିବାର ଯୋଜନା ଥିଲା ? କେଉଁ ପରିସ୍ଥିତିରେ ହୋଟେଲରେ ପାଭେଲଙ୍କର ମୃତ୍ୟୁ ହେଲା ? ପାଭେଲ୍‌ ଦୁର୍ଘଟଣାବଶତଃ ଖସି ପଡିଥିଲେ ନା ଆତ୍ମହତ୍ୟା କରିଥିଲେ ? ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ? ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସବୁ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାନୁସାରେ,ଟୁରିଷ୍ଟ ଭିସାରେ ଡିସେମ୍ବର ୨୧ ତାରିଖରେ ୪ ରୁଷୀୟ ପର୍ଯ୍ୟଟକ ରାୟଗଡାରେ ପହଂଚିଥିଲେ Iଏମାନଂକ ମଧ୍ୟରୁ ପାନ ସେଙ୍କୋ ଓ ଟୁର୍ଭୋ ଏକ ଦମ୍ପତି ହୋଇଥିବାବେଳେ ଭ୍ଲାଦିମିର ବିଦାନୋଭ ଓ ପାଭେଲ ଆନ୍ଥୋଭ ଦୁଇ ବାଲ୍ୟବନ୍ଧୁ ଥିଲେ । ସେମାନେ ୨୧ ତାରିଖ ଦିନ ରାୟଗଡାରେ ପହଂଚି ହୋଟେଲ ସାଇ ଇଣ୍ଟରନେଶନାଲରେ ୨ ଟି ରୁମ ନେଇ ରହିଥିଲେ I କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍ I ଏହି ଘଟଣାକୁ ୪୮ ଘଣ୍ଟା ନ ହେଉଣୁ ସନ୍ଦିଗ୍ଧ ଅବସ୍ଥାରେ ପାୱେଲ ଆନ୍ଥୋଭ ଙ୍କର ମୃତ୍ୟୁ ଘଟିଥିଲା I ସେ ନିଜ ଜନ୍ମ ଦିନ ପାଳନ କରିବାକୁ ୪ ବନ୍ଧୁଙ୍କ ସହିତ ଓଡିଶା ଆସିଥିଲେ I

ପ୍ରାଥମିକ ରିପୋର୍ଟ ରେ ଭ୍ଲାଦିମିରଙ୍କ ମୃତ୍ୟୁ ହୃଦ୍ଘାତ ଜନିତ ବୋଲି କୁହ ଯାଉଥିବା ବେଳେ ପାୱେଲ ଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଛି I କାରଣ ତାଙ୍କୁ ଏକ ନିର୍ମାଣାଧୀନ କୋଠା ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା I ଏହାପରେ ତାଙ୍କୁ ହୋଟେଲ କର୍ମଚାରୀ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତେବେ ଏହାକୁ ଏକ ଆତ୍ମହତ୍ୟା କୁହାଯାଉଥିବା ବେଳେ ଏହି ଘଟଣାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ I

ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି। ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ। ପାଭେଲଙ୍କ ମୃତ୍ୟୁ ନେଇ ଦୂତାତବାସଠୁ ଖବର ପାଇବା ପରେ ଶୋକବ୍ୟକ୍ତ କରିଛନ୍ତି ରୁଷ ସଂସଦର ଉପ ବାଚସ୍ପତି।

Launching Ceremony of “AYUSHMAN BHARAT

Comments are closed.