ଭୁବନେଶ୍ୱର : ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ପାର୍ବଣ ଉପହାର ଦେଲେ ରାଜ୍ୟ ସରକାର । ୨% ବଢ଼ିଲା ମହଙ୍ଗା ଭତ୍ତା (ଡିଏ) । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ସରକାରୀ ଉଦ୍ୟୋଗ(ଷ୍ଟେଟ୍ ପିଏସ୍ୟୁ)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲା ୨୦୨୫ରୁ ଲାଗୁ ହେବ ।
ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଥିବା ବେଳେ ଶୁକ୍ରବାର ଦିନ ତମାମ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିଲା । ବିଳମ୍ବିତ ରାତି ଯାଏଁ ସେ ସରକାରୀ ଫାଇଲ କାମ କରିବା ସହ ଏହି ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

Comments are closed.