ଜମି ବିବାଦରୁ ମରଣାନ୍ତକ ଆକ୍ରମଣ,୬ ଆହତ

ଭଦ୍ରକ : ଜମି ବିବାଦକୁ କେନ୍ଦ୍ରକରି ୨ ପରିବାରମଧ୍ୟରେ ରକ୍ତାକ୍ତ ସଂଘର୍ଷ I ମାରଣାସ୍ତ୍ର ଆକ୍ରମଣରେ ଦୁଇ ପରିବାରରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ଏକ ନମ୍ବର ୱାର୍ଡରେ। ସମସ୍ତ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଘଟନାନୁସାରେ, ଜମିବାଡ଼ି ଭାଗବଣ୍ଟାକୁ ନେଇ ଉକ୍ତ ଗ୍ରାମର ନରହରି ଦଳେଇ ଓ ମନୋଜ ସେନାପତିଙ୍କ ପରିବାର ମଧ୍ୟରେ ୪ ବର୍ଷ ହେବ ବିବାଦ ଲାଗିଥିଲା। ପୂର୍ବରୁ ହୋଇଥିବା ଗଣ୍ଡଗୋଳ ମାମଲାରେ ସେନାପତି ପରିବାର ଗୁରୁବାର ଜାମିନରେ ଆସିଥିଲେ। ପୋଲିସ ଗତକାଲି ଉକ୍ତ ୨ ପରିବାରକୁ ଥାନାକୁ ଡାକି ଆଲୋଚନା କରିଥିଲା I ତେବେ ରାତିରେ ପୁନର୍ବାର ଉଭୟ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା l ଉଭୟ ପକ୍ଷରୁ ଆକ୍ରମଣରେ ନରହରି ଦଳେଇ, ଭଗତ ଦଳେଇ,ରବୀନ୍ଦ୍ର ଦଳେଇ,ମାନସୀ ଦଳେଇ, ଶ୍ରଦ୍ଧାଞ୍ଜଳି ସେନାପତି,ପଦ୍ମାବତୀ ସେନାପତିଙ୍କ ସମେତ ଉଭୟ ପରିବାର ୬ଜଣ ଗୁରୁତର ହୋଇଛନ୍ତ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଘଟଣା ଉପରେ ନଜର ରଖିଛି I

Govt

Comments are closed.