ପ୍ୟାରିସ୍‍ ଯୁବକ ଗାଇଲେ କିଙ୍ଗଖାନ୍‍ଙ୍କ ଗୀତ

ସମୟ ଲାଇଭ୍‍,୨୯/୧୦: ବଲିଉଡ଼ର ବାଦଶାହ ତଥା କିଙ୍ଗ୍‍ ଖାନ୍‍ ଶାହରୁଖଙ୍କ ଫ୍ୟାନ୍‍ କିଏ ବା ନୁହେଁ ? ତେବେ ପ୍ୟାରିସ୍‍ରେ ଶାହରୁଖଙ୍କ ଏମିତି ଜଣେ ଫ୍ୟାନଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହା ପୁଣିଥରେ ଶାହରୁଖଙ୍କ ପ୍ରସିଦ୍ଧ ଫିଲ୍ମ ‘ଦିଲ୍‍ୱାଲେ ଦୁଲହନିଆ ଲେ ଯାଏଙ୍ଗେ’ର ସିନ୍‍ ମନେ ପକାଇଦେଉଛି। ଏହି ଫିଲ୍ମର ମନୋରଞ୍ଜନଧର୍ମୀ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ’ ଗାଇବା ସହ ପିଆନୋ ବଜାଉଥିବାର ଉକ୍ତ ଯୁବକଙ୍କୁ ଦେଖିବାକୁ ମିଳିଛି। ତେବେ ଯୁବକଙ୍କ ଏହି ଭିଡ଼ିଓକୁ ଖୁବ୍‍ ପ୍ରଶଂସା ମିଳୁଛି।
ସୂଚନା ଥାଉ କି, ଶାହରୁଖଙ୍କ ଏହି ଗୀତ ମାଧ୍ୟମରେ ପୂର୍ବରୁ ମଧ୍ୟ ଅନେକ ଫ୍ୟାନ ଲୋକଲୋଚନକୁ ଆସିଛନ୍ତି।

Launching Ceremony of “AYUSHMAN BHARAT

Comments are closed.