ପୈତୃକ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର: ପୁଣି ଦୋହରାଇଲେ ସୁପ୍ରିକୋର୍ଟ

ଦିଲ୍ଲୀ: ଜାନୁଆରୀ ୨୧: ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇ କହିଛନ୍ତ, ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର ରହିଛି । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହି ନିୟମ ଲାଗୁ ହେବ । ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ସମାନ ଅଧିକାର ମିଳିବ ।

ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ(ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ହିନ୍ଦୁ ମହିଳା ଓ ବିଧବାଙ୍କୁ ସମ୍ପତ୍ତି ଅଧିକାର ସମ୍ବନ୍ଧିତ)ର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

କୋର୍ଟ ଆହୁରୀ ମଧ୍ୟ କହିଛି ଯେ, ପୈତୃକ ସମ୍ପତ୍ତି ଉପରେ ଝିଅର ଜନ୍ମଗତ ଅଧିକାର ରହିଛି । ଯଦି, ପିତାଙ୍କ ମୃତୁ୍ୟ ୧୯୫୬ ପୂର୍ବରୁ ହୋଇଥିଲେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍‌ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ପିତାଙ୍କ ମୃତୁ୍ୟ ପରେ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି ଅଥବା ପାରିବାରିକ ସମ୍ପତ୍ତି ଭାଗବଣ୍ଟା ବେଳେ ମିଳିଥିବା ସମ୍ପତ୍ତିକୁ ତାଙ୍କର ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟା ଯିବ ।
ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେନି । ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛିଛ ଯଦି, ଏହା ନମିଳେ ତେବେ ଝିଅ ଏଥିପ୍ରତି ଦାବି କରିପାରିବେ ।

Govt

Comments are closed.