ସାଇକ୍ଲୋଥମିଆ ରୋଗରେ ପୀଡିତଙ୍କୁ କେତେବେଳେ ଅତ୍ୟଧୀକ ଖୁସି ମିଳୁଥିବାବେଳେ କେତେବେଳେ ସେମାନେ ଅତ୍ୟଧୀକ ଦୁଃଖରେ ରହିଥାଆନ୍ତି । ଏହା ହାଇପୋମାନିଆ ଓ ଡିପ୍ରେସନର କିଛି ଲକ୍ଷଣ ଏହି ରୋଗ ହେଲେ ଦେଖିବାକୁ ମିଳିଥାଏ । ସେହିଭଳି ଏହି ରୋଗୀଙ୍କର ଲକ୍ଷଣ ଖୁବ କମ ସମୟ ପାଇଁ ଦେଖିବାକୁ ମିଳିଥାଏ । ଏଥିରେ ମୁଡ ସୁଇଂ ଖୁବ ଅଧିକ ହୋଇଥାଏ । ସେହିଭଳି କେତେକଙ୍କ କ୍ଷେତ୍ରରେ ୨ରୁ ୩ମାସ ଧରି ଲକ୍ଷଣ ମଧ୍ୟ ଦେଖାଯାଇନଥାଏ । ଏହି ବାଇପୋଲାର ଡିସଅର୍ଡରର ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ । ଏଥିରେ ହେଉଥିବା ମୁଡ ସୁଇଂ କାରଣରୁ ଆମକୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ହୋଇଥାଏ । ତେବେ ଏହି ରୋଗର ପ୍ରମୁଖ ସମସ୍ୟା ହେଲା ଏହାକୁ ଚିହ୍ନଟ କରିବା । ଏହାର ଲକ୍ଷଣ ସେତେ ଗୁରୁତର ନଥିବାରୁ ଲୋକ ଏହାକୁ ଏଡାଇ ଦିଅନ୍ତି । ହେଲେ ଏହା ଅଧିକଦିନ ରହିବା ଫଳରେ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– କେତେବେଳେ ଅତ୍ୟଧୀକ ଖୁସି ଲାଗିବା ତ ଅନ୍ୟସମୟରେ କାରଣ ନଥାଇ ଦୁଃଖି ହୋଇଯିବା ।
– ବାରମ୍ବାର ମନ ପରିବର୍ତ୍ତନ ।
– ଦୌନନ୍ଦିନ କାର୍ଯ୍ୟରେ ମନ ନଲାଗିବା ।
– ଚିଡଚିଡା ଲାଗିବା ।

Comments are closed.