ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତା ୨୦ରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କ୍ରମେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ସୂଚାନ ଦେଇଛି । ତେବେ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଦିଗକୁ ଗତି କରିପାରେ ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ୪୮ ଘଣ୍ଟା ପରେ ଏହା ଅଧିକ ଚିହ୍ନିଟ ହେବ । ତେବେ ମତ୍ସ୍ୟଜୀବୀଙ୍କୁ ସେହି ସମୟରେ ସମୁଦ୍ର ଭିତରୁ ନଯିବାକୁ ବାରଣ କରାଯିବା ସହିତ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.