ଲଘୁଚାପ ପରେ ବାତ୍ୟା ଆଶଙ୍କା ସ୍ପଷ୍ଟ ହେବ -IMD DG

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି ।ତେବେ ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ଏହା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଥିଲା, ଆଜି ତାହା କାୟମ ରହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାପରେ ଧୀରେ ଧୀରେ ୮ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ତା’ ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡକୁ କେନ୍ଦ୍ରୀୟ ବଙ୍ଗୋପସାଗର ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ଏହା ବାତ୍ୟାରେ ପରିଣତ ହୋଇପାରେ।

ଏପ୍ରିଲ, ମେ’, ଜୁନ୍ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ବଙ୍ଗୋପସାଗରରେ ଅଧିକ ଓ ଆରବ ସାଗରରେ କମ୍ ହୋଇଥାଏ। ଖରାଦିନରେ ଗୋଟିଏରୁ ଦୁଇଟି ବାତ୍ୟା ସୃଷ୍ଟି ହୋଇଥାଏ। ମେ’ ମାସରେ ବାତ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ। ଖରାଦିନିଆ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି। କିନ୍ତୁ ତାର ଅର୍ଥ ନୁହଁ ସବୁ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ବାତ୍ୟା କେଉଁ ଆଡକୁ ଯିବ, ବର୍ତମାନ ଯାଏଁ ଏଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ବାତ୍ୟା ସୃଷ୍ଟି ହେଲା ପରେ ଜଣାପଡ଼ିବ।

Launching Ceremony of “AYUSHMAN BHARAT

Comments are closed.