ଗଜପତି: ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ମୋନ୍ଥାର ପ୍ରଭାବ । ଜିଲ୍ଲାର ସମସ୍ତ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି ବର୍ଷା। ଆସନ୍ତାକାଲି ଗଜପତିକୁ ରେଡ ଆଲର୍ଟ ଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ମୋଟ ୪୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟା ଆସନ୍ତାକାଲି ରାତି ସୁଦ୍ଧା କାକିନାଡ଼ା ଉପକୂଳରେ ଲ୍ୟାଣ୍ଡଫଲ କରିବ । ଏହା ଆନ୍ଧ୍ରପ୍ରଦେଶରୁ ଭାୟା ଓଡିଶା ଦେଇ ଛତିଶଗଡ଼ ଆଡକୁ ମୁହାଁଇବ ୨୮ ଏବଂ ୨୯ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ନେଇ ସତର୍କ କରିଛି ପ୍ରଶାସନ । ୨୮ ତାରିଖରେ ଗଞ୍ଜାମ,ଗଜପତି ଓ ରାୟଗଡା ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରୁ ଫେରି ଆସିବାକୁ ସତର୍କ ସୂଚନା ଜାରି କରାଯାଇଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ମୋନ୍ଥା କୁ ନେଇ କରିବେ ସମୀକ୍ଷା ବୈଠକ । ଦିନ ସାଢେ ୧୦ ଟାରେ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା ।
