କଟକ ଗଣ୍ଡଗୋଳ,୮ ଗିରଫ

0

କଟକ : କଟକ ଗଣ୍ଡଗୋଳ ଘଟଣାରେ ଏଯାବତ ୮ଜଣଙ୍କୁ ଗିରଫ କରିଛି ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍‍ ଦେବଦତ୍ତ ସିଂହ । ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି । ୩ଟି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୁଲିସ । ବିନା ଅନୁମତିରେ ଶୋଭାଯାତ୍ରା ବହାର କରିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା, ପୁଲିସ ଉପରେ ଆକ୍ରମଣ ଭଳି ମାମଲା ରୁଜୁ କରିଛି ପୁଲିସ ।
କଟକରେ ଧୀରେ ଧୀରେ ଶାନ୍ତି ଫେରୁଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । କଟକରେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।

କଟକ ହିଂସାକୁ ନେଇ ଆଡଭାଇଜରୀ ଜାରି କରିଛି ପୋଲିସ। ସୋସିଆଲ ମିଡିଆରେ କୈଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।ସହରର ବିଭିନ୍ନ ସ୍ଥାନରେ ୫୦ ପ୍ଲାର୍ଟୁନ୍ ଫୋର୍ସ, ୬ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି । କୌଣସି ଅପରାଧିକ କାର୍ଯ୍ୟାକଳାପକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚିହ୍ନଟ କରାଯିବ ଏବଂ ବନ୍ଧା ଯିବ । ତେଣୁ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଏଡିଜି ପରାମର୍ଶ ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.