ପ୍ରିୟଜନଙ୍କୁ ପରଷନ୍ତୁ ଦହିମାଛ

ସମୟ ଲାଇଭ୍‍,୧/୧୨: ରୋଷେଇ ସମୟରେ ନୂଆ ନୂଆ କାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଭ୍‍କୁ ଖୁଆଇବାର ମଜା ନିଆରା। ଏଣୁ ଛୁଟିଦିନରେ ଦହିମାଛ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ପରଷନ୍ତୁ।
ଆବଶ୍ୟକୀୟ ସାମଗ୍ରୀ :ବଡ ମାଛ ଖଣ୍ଡ, ଦହି, ଅଦା, ଲଙ୍କା, ପିଆଜ, ଭୃଷଙ୍ଗପତ୍ର, ହଳଦୀ ଗୁଣ୍ଡ, ଫୁଟଣ, ସୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ, ସୋରିଷ ତେଲ ଏବଂ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତ ପ୍ରଣାଳୀ:
ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ, ହଳଦୀ ଗୋଳାଇ ସାମାନ୍ୟ ଭାଜି ଦିଅନ୍ତୁ। ବେଶି କଡା କରି ଭାଜିବେ ନାହିଁଁ। ଦହିରେ କଟା ପିଆଜ ଅଦା, କଞ୍ଚାଲଙ୍କା ଓ ପିଆଜବଟା, ଲୁଣ ପକାଇ ଭଲଭାବେ ଗୋଳାଇ ରଖନ୍ତୁ। ଏହି ମିଶ୍ରଣରେ ଭଜା ମାଛକୁ ପକାନ୍ତୁ।
ଅନ୍ୟ ଏକ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଶୁଖିଲା ଲଙ୍କା ଓ ଦହି ମାଛକୁ ପକାଇ ଦିଅନ୍ତୁ। ଆଞ୍ଚରେ ମାଛକୁ କିଛି ସମୟ ଫୁଟାନ୍ତୁ। ପାଣିର ପରିମାଣ କମ୍ ଦେବେ। ଦହି ମାଛ ଅଳ୍ପ ଫୁଟି ଆସିଲେ ସେଥିରେ ଗରମ ମସଲା ପକାଇ ଆଞ୍ଚରୁ କରେଇକୁ ଓହ୍ଲେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହିମାଛ ତରକାରୀ।

Launching Ceremony of “AYUSHMAN BHARAT

Comments are closed.