ଆଜି ଅପରାହ୍ନରେ ପ୍ରକାଶ ପାଇବ CUET-PG ଫଳ

ଭୁବନେଶ୍ୱର : ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା CUET-PG ବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ବୋଲି ୟୁଜିସି ଅଧ୍ୟକ୍ଷ ଏମ୍‌ ଜଗଦେଶ କୁମାର ସୂଚନା ଦେଇଛନ୍ତି । ଅପରାହ୍ନ ୪ଟାରେ ନ୍ୟାସନାଲ ଟେଷ୍ଟି ଏଜେନ୍‌ସି(ଏନଟିଏ) ପକ୍ଷରୁ ଫଳ ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନେ cuet.nta.nic.in େୱବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଯାଞ୍ଚ କରିପାରିବେ ।
ସୂଚନା ଥାଉଯେ,CUET-PG ପ୍ରବେଶିକା ପରୀକ୍ଷା ସେପ୍‌ଟେମ୍ବର ୧ରୁ ୧୨ ମଧ୍ୟରେ ଦୁଇଟି ସିଫଫରେ ହୋଇଥିଲା । ପ୍ରଥମ ସିଫଫ ସକାଳ ୧୦ଟାରୁ ୧୨ ଟା ଓ ଦ୍ୱିତୀୟ ସିଫଫ ଅପରାହ୍ନ ୩ଟାରୁ ୫ ଟା ଯାଏଁ ଚାଲିଥିଲା । କମ୍ପ୍ୟୁଟର ଆଧାରିତ (ସିବିଟି) ମୋଡରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

 

Govt

Comments are closed.