ସୈତାନ ସ୍ୱାମୀ ,କେଉଁଠି ନିଆଁରେ ପୋଡି ତ କେଉଁଠି ପନିକିରେ ହାଣି ସ୍ତ୍ରୀଙ୍କୁ କଲେ ହତ୍ୟା

ଢେଙ୍କାନାଳ : କ୍ଷଣିକ କ୍ରୋଧରେ ହିତାହିତ ଜ୍ଞାନ ଭୁଲିଗଲେ ସ୍ୱାମୀ I ନିଶାସକ୍ତ ଅବସ୍ଥାରେ କିରୋସିନି ଢାଳି ସ୍ତ୍ରୀକୁ ଜିଅନ୍ତା ପୋଡି ମାରିଦେଲା ମଦ୍ୟପ ସ୍ୱାମୀ I ଘଟଣା ଘଟିଛିଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଗୋପପୁର ଗାଁରେ । ମୃତ ମହିଳାଙ୍କ ନାଁ ରଙ୍ଗବତୀ ଦାସ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସ ବାରମ୍ବାର ସ୍ତ୍ରୀକୁ ମଦ୍ୟପାନ କରି ନିର୍ଯ୍ୟାତନା ଦେଉଥିଲା । ଏନେଇ ପୁଅ ବିକାଶ ଦାସ ଅଭିଯୋଗ ଆଣିଛନ୍ତି । ଘଟଣା ଘଟିବା ଦିନ ଘରେ କେହି ନଥିବା ବେଳେ ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ମାଡ଼ ମାରିବା ପରେ ରଙ୍ଗବତୀଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିଲେ । ଏନେଇ ପରିବାର ପକ୍ଷରୁ କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ଘଟଣା ସ୍ଥଳରେ କଙ୍କଡାହାଡ଼ ପୋଲିସ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସେହି ପରି ଅନ୍ୟ ଏକ ଘଟଣାରେ ଆନନ୍ଦପୁର ଥାନା ଖଡିପାଳ ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟିକୁ ପନିକିରେ କାଟି ଦେଇଛି ନୃଶଂସ ସ୍ୱାମୀ I ଗୁରୁତର ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ସ୍ବାମୀ କ୍ଷୀରୋଦ ଫେରାର ହୋଇଯାଇଛି l ଦିର୍ଘ ଦିନ ହେବ କ୍ଷୀରୋଦ ଘରଜ୍ବାଇଁ ଭାବେ ରହି ଆସୁଥିବାବେଳେ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ଶ୍ୱଶୁର ଘର ଲୋକଙ୍କୁ ମାରଧର କରୁଥିଲା I ଘଟଣା ଦିନ ପତ୍ନୀ ଲକ୍ଷ୍ମୀ ଏହାକୁ ବିରୋଧ କରିବାରୁ ସ୍ୱାମୀ ଏହିପରି ନୃଶଂସ କାଣ୍ଡ ଘଟାଇ ଫେରାର ହୋଇଯାଇଛି I ଘଟଣା ସମ୍ପର୍କରେ କଙ୍କଡ଼ାହାଡ଼ ଫାଣ୍ଡିରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି I

Govt

Comments are closed.