ପାରାଦ୍ୱୀପ: ମେ ୨୬: ପାରାଦ୍ୱୀପରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସିଏଲ୍) ଟାଉନ୍ସିପ ନିକଟରେ ତେଲ ପାଇପ୍ ଫାଠିଛି । ଟାଉନ୍ସିପ ନିକଟରେ ଯାଇଥିବା ତେଲ ପାଇପରେ ହଳଦିଆ ଅଶୋଧିତ ତେଲ ପ୍ରବାହିତ ହୋଇଥାଏ । ଏହି ପାଇପ୍ ଫାଟିବା ଫଳରେ ପାଇପ୍ ଲାଇନ୍ ନିକଟସ୍ଥ ଚାଷ ଜମିରେ ଶହ ଶହ ତେଲ ବୋହି ଯାଇଛି ।
ଅନ୍ୟପକ୍ଷରେ, ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣା ଆଶଙ୍କାରେ ନିକଟସ୍ଥ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଏହା ବ୍ୟତିତ ଅଗ୍ନିଶମ ସେବା କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ସେଠାରେ ଉପସ୍ଥିତ ରହିଛନ୍ତି ।

Comments are closed.