‘ବଣିକ’ କୋଚିଂ ସେଣ୍ଟରର ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ

0

ଭୁବନେଶ୍ୱର : ପୋଲିସ ଏସ ଆଇ ପରୀକ୍ଷା ଦୁର୍ନିତି ମାମଲା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବଣିକ କୋଚିଂ ସେଣ୍ଟରର ୩ ଅଧିକାରୀ । ଗତକାଲି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ସିଆରପି ଛକରେ ଥିବା ‘ବଣିକ’କୋଚିଂ ସେଣ୍ଟରରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୫ ବର୍ଷର କାଗଜପତ୍ର ଯାଞ୍ଚ କରିଥିଲା । ଚଢ଼ାଉପରେ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଥିଲା। HR ମ୍ୟାନେଜର୍,ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ ହୋଇଥିଲା । କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ଆଜି କଟକ କାର୍ଯ୍ୟାଳୟରେ ୧୧ଟାରେ ହାଜର ହୋଇଛନ୍ତି ଏହି ୩ ଅଧିକାରୀ ।

ସୂଚନାନୁସାରେ,ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ରେଡ କରିଥିଲା ବଣିକ କୋଚିଂ ସେଣ୍ଟରରେ । ଏସଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ୧୧୪ଜଣ ଗିରଫ ଛାତ୍ରଙ୍କ ମଧ୍ୟରୁ ୧୨ଜଣ ଛାତ୍ର ବିଣିକ ସହ କନେକ୍ସନ ଥିବା ତଥ୍ୟ ଦେଇଥିଲେ ପୋଲିସକୁ । ସେମାନଙ୍କ ମଧ୍ୟରୁ ୬ଜଣ ବଣିକ କୋଚିଂ ଅନୁଷ୍ଠାନର କୋଚିଂ ନେଉଥିବା ଚଢ଼ାଉ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ୍ । ସେହି ଆଧାରରେ ଯାଂଚ ପାଇଁ ତିନିଜଣ ବଣିକର କର୍ମଚାରୀଙ୍କୁ ନୋଟିସ ଆଧାରରେ ହାଜର ହୋଇ ପକ୍ଷ ରଖିବେ ।

ଅନ୍ୟପକ୍ଷରେ ଏ ନେଇ ବଣିକର ପ୍ରତିଷ୍ଠାତା ସୁବ୍ରତ ଛାଟୋଇ କହିଛନ୍ତି, ୧୧୪ ପିଲାଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଉଥିବାବେଳେ ସେମାନଙ୍କୁ ଆନ୍ଧ୍ର ପୁଲିସ ଗିରଫ କରି ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ବ୍ରହ୍ମପୁରରେ ରଖାଯାଇ ପଚରାଉଚରା କରାଯାଇଥିଲା। ଓଡ଼ିଶା ପୁଲିସ ପଚରାଉଚରା ପରେ ଏକ ତାଲିକା ଜାରି କଲା ଓ ସେଥିରେ କାହାର ଦସ୍ତଖତ ନଥିବାରୁ ତାହା ଅଫିସିଆଲ୍‌ ବୋଲି କୁହାଯିବନି। ପରୀକ୍ଷାର୍ଥୀଙ୍କୁ ପାଠ ପଢ଼ୁଥିବା କୋଚିଂ ସେଣ୍ଟର ନାଁ ଓ କିଏ ଯୋଗାଯୋଗ କରାଯାଇଥିଲା ବୋଲି ପଚରାଯାଇଛି। ସେଥିରେ ଦଲାଲ ଓ ସେମାନଙ୍କ ଫୋନ୍‌ ନମ୍ବର ଲେଖାଯାଇଛି। ତନ୍ମଧ୍ୟରୁ ୧୨ଜଣ ପିଲାଙ୍କ ବଣିକ ବୋଲି ଲେଖାଯାଇଛି। ବଣିକ ବୃହତ ଅନୁଷ୍ଠାନ ଓ ଗୁଣାତ୍ମକ ଶିକ୍ଷାରେ ବିଶ୍ବାସ କରେ। ବିଗତ ୧୨ବର୍ଷ ହେଲାଣି ଆମେ ନିରନ୍ତର କୋଚିଂ ଯୋଗାଇ ଆସୁଛୁ। ଯେଉଁଥିରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢ଼ି ସରକାରୀ ଚାକିରି ପାଇଛନ୍ତି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ବଣିକ ପକ୍ଷରୁ ଯିଏ ଯୋଗାଯୋଗ କରିଥିବ ତା’ ନାମ ଓ ଫୋନ୍‌ ନମ୍ବର ରହିଥାନ୍ତା, କିନ୍ତୁ ତାଲିକାରେ ସେମିତି କିଛି ଲେଖାଯାଇନି। ପୁଲିସ ବିଭାଗ କିମ୍ବା କ୍ରାଇମ୍‌ବ୍ରାଞ୍ଚ ଦେଇଥିବା ତାଲିକା ଭ୍ରମିତ କରୁଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.