କ୍ରାଇମବ୍ରାଞ୍ଚର ଚଢାଉ, ଡାଇମଣ୍ଡ ଜବତ, ଅଧିକାରୀଙ୍କୁ ଆକ୍ରମଣ

ନୂଆପଡା, ସେପ୍‌ଟେମ୍ବର ୨୩ : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତୀନଖ, ଡାଇମଣ୍ଡ, ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର କାରବାର ହେଉଥିଲା । କୌଣସି ସୁତ୍ରରୁ ସୂଚନା ପାଇ ବୁଧବାର ବରଗାଁ ରେ କ୍ରାଇମବ୍ରାଞ୍ଚ ପୋଲିସ ଚଢାଉ କରିଛି ।
ପ୍ରକାଶ ଯୋଗ୍ୟ ଯେ ପ୍ରଥମେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଗ୍ରାହକ ଭାବେ ପହଞ୍ଚି ଆକବର ମେହେର ସହ ମୁଲଚାଳ କରିଥିବା ବେଲେ ଆକବର ପ୍ରଶାସନିକ ଅଧିକାରୀଙ୍କୁ ବର୍ତ୍ତମାନ ହାତୀ ଦାନ୍ତ, ବାଘ ଛାଲ ନାହିଁ କହି ଡାଇମଣ୍ଡ ଦେଖାଇଥିଲେ । ପରେ ଶ୍ରୀ ମେହେର କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ଜାଣିପାରି ହୋହାଲ୍ଲା କରି ଏକ ବେଗ୍‌ ରେ ଡାଇମଣ୍ଡ ଧରି ଫେରାର୍‌ ହୋଇ ଯାଇଥିଲେ । ସେହି ହୋହାଲ୍ଲାରେ କ୍ରାଇମବ୍ରାଞ୍ଚ ଅଧିକାରୀ ଅତିରିକ୍ତ ଏସପି ଙ୍କୁ ଶ୍ରୀ ମେହେରଙ୍କ ପୁଅ ପରିବା କଟା ପନକିରେ ଆକ୍ରମଣ କରିଥିବା ବେଲେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା କୁହାଯାଉଛି । ଉକ୍ତ ଚଢାଉରେ ଶ୍ରୀ ମେହେରଙ୍କ ଘରୁ ୩ ଗୋଟି ହୀରା (ଡାଇମଣ୍ଡ) ମିଲିଥିବା ଜଣାପଡିଥିବା ବେଲେ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ମଧ୍ୟ ଜବତ୍‌ ହୋଇଛି । ଏହି ଚଢାଉରେ ଓଡିଶା କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ବୋଡେନ ଥାନା ଅଧିକାରୀ ଦିଲିପ କୁମାର ଲାକ୍ରାଙ୍କ ଏକଟିମ୍‌ ଏବଂ ସିନାପାଲି ପୋଲିସ ମିଲିତ ଆନୁକୂଲ୍ୟରେ ଚଢାଉରେ ସାମିଲ ଥିଲେ । ଶ୍ରୀ ମେହେର ଅଧିକାରୀଙ୍କୁ ହୋହାଲ୍ଲା କରିଥିବା ବେଲେ ତାଙ୍କ ପୁଅ ପନିକିରେ ଆକ୍ରମଣ କରିଥିବା ସୁଯୋଗ ନେଇ ଘଟଣା ସ୍ଥଲରୁ ଫେରାର୍‌ ହେବାରେ ସଫଳ ହୋଇଛନ୍ତି । ହେଲେ ଶ୍ରୀ ମେହେର ଙ୍କ ପୁଅକୁ କ୍ରାଇମବ୍ରାଞ୍ଚ ଗିରଫ୍‌ କରି ଅଧିକ ତଦନ୍ତ ପଚରା ଉଚରା ପାଇଁ ଉଠାଇ ଆଣିଛନ୍ତି । ତାଙ୍କ ଭାଇ ଘରେ ମଧ୍ୟ ଟିକିନିଖି ଯାଞ୍ଚ କରାଯାଇଛି । ଏହି ଚଢାଉ ରେ କ୍ରାଇମବ୍ରାଞ୍ଚ ସମେତ ବୋଡେନ ଥାନା ଅଧିକାରୀ ଦିଲିପ କୁମାର ଲାକ୍ରା, ସିନାପାଲି ପୋଲିସ ସବ୍‌ଇନ୍ସପେକଫର ବବିତା ରାଣି ପୋହାନ, ସୁଦର୍ଶନ ନାଏକ, କୁଲମଣି ବରୋଦା ଓ ସୁଜିତ ସାମନ୍ତ ରାୟ ପ୍ରମୁଖ ସାମିଲ ଥିଲେ ।

Launching Ceremony of “AYUSHMAN BHARAT

Comments are closed.