ନକଲି ମୋବିଲ କମ୍ପାନୀ ଉପରେ ଚଢ଼ାଉ

କଟକ : ଜଗତପୁର ଅଞ୍ଚଳରୁ ପୁଣି ଠାବ ହେଲା ନକଲି ମୋବିଲ କମ୍ପାନୀ । କଟକ ଜଗତପୁର ସ୍ଥିତ ସୁନାରିବଣରେ ଥିବା ମୋବିଲ କମ୍ପାନୀ ଉପରେ ଜଗତପୁର ଥାନା ପୋଲିସ ଏବଂ ମାପ ଓଜନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ସେଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀ ଲେବୁଲ ଲଗାଇ ନକଲି ସକ୍‌ଅବଜରବର ଅଏଲ୍ ବିକ୍ରି ହେଉଥିବା ଜଣାପଡିଛି । ଚଢାଉ ବେଳେ କମ୍ପାନୀ ତାଲା ଭାଙ୍ଗି ଭିତରେ ପଶି ଅଏଲ ଜବତ କରିଛି ପୋଲିସ ।

ଗ୍ରାମବାସୀଙ୍କ ସୂଚନାନୁସାରେ ଦୀର୍ଘ କେଇ ବର୍ଷ ହେବ ଗାଁ ଭିତରେ ଚାଲିଆସୁଥିଲା ନକଲି କମ୍ପାନୀ । ପୋଡ଼ା ଇଞ୍ଜିନ ଅଏଲରୁ ତିଆରି ହେଉଥିଲା ଏହି ସକ୍‌ଅବଜରବର ଅଏଲ୍ । କିଛି ପ୍ରତିଷ୍ଠିତ କମ୍ପାନୀର ସାମଗ୍ରୀ ନକଲି ଭାବେ ପ୍ରସ୍ତୁତ ହେଉଥିବା ପୋଲିସ ପାଖରେ ଅଭିଯୋଗ ହେଉଥିଲା । ଏହି କ୍ରମରେ ପୋଲିସ ଛାନଭିନ୍ କରିବା ପରେ ଉକ୍ତ କାରଖାନାର ଠାବ କରିଛି । ଯାଞ୍ଚ ପରେ ପ୍ରାୟ ଦୁଇ ଟ୍ରକ ପରିମାଣର ମୋବିଲ, ଇଞ୍ଜିନ ଅଏଲ, ଲୁବ୍ରିକ୍ୟାଣ୍ଟ ଜବତ ହୋଇଛି । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

Govt

Comments are closed.