ନୂଆପଡାରେ କଂଗ୍ରେସକୁ ସମର୍ଥନ କରିବ ସିପିଆଇ (ଏମ୍)

0

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ୩ ଦଳ । ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ସିପିଆଇ (ଏମ୍) । ଏକ ସାମ୍ବାଦିକ ସମ୍ମିଳନୀ କରି ସିପିଆଇ (ଏମ୍) ଏହି ଘୋଷଣା କରିଛି ।

ସିପିଆଇ (ଏମ୍) ଦଳ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ନୂଆପଡ଼ା ଉପନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ ଏହା ଆମ ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସମ୍ପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ଭବିଷ୍ୟତ ଉପରେ ଏକ ଜନମତ ସଂଗ୍ରହ । ତେଣୁ ସିପିଆଇ(ଏମ) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ଜନତା, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ସାମ୍ପ୍ରଦାୟିକ-ହିନ୍ଦୁତ୍ଵବାଦୀ ରାଜନୀତିକୁ ବିଛିନ୍ନ ଏବଂ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ଵାନ ଜଣାଉଛି । ବିଜେପି ଏବଂ ଏହାର ସହଯୋଗୀ ସଂଗଠନ ମାନେ ହିନ୍ଦୁତ୍ଵବାଦୀ ରାଜନୀତି ପାଇଁ ସାମାଜିକ ସଦଭାବ ଏବଂ ସମ୍ପ୍ରୀତିକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ପରାସ୍ତ କରି ସାମ୍ପ୍ରଦାୟିକ ସଦଭାବ ଓ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ଜରୁରୀ ବୋଲି ସିପିଆଇ(ଏମ୍) ବିଚାର କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.