ଭୁବନେଶ୍ୱର: ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଏହାକୁ ନଜରେ ରଖି ରାଜ୍ୟ ସରକାର କୋଭିଡ୍ର ନୂଆ ନିୟମ ଆଣିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ପରେଡ୍ରେ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେ ନାହିଁ । କେବଳ ୩ଟି କଣ୍ଟିଜେଣ୍ଟ୍ ଏହି ପରେଡ୍ରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡ୍ରେ ସାମିଲ ହେବେ ।
ସରକାରଙ୍କ ନୂଆ କୋଭିଡ୍ ଗାଇଡଲାଇନ୍ ଅନୁସାରେ-
* ସ୍ୱାଧୀନତା ଦିବସ ସମାରୋହରେ ଜନ ସମାଗମକୁ ବାରଣ କରାଯାଇଛି ।
* ପରେଡ୍ ଅଭ୍ୟାସ ଦିନ ନିର୍ଦ୍ଧାରିତ ସମୟର ଅଧାଘଣ୍ଟା ପୂର୍ବରୁ କଣ୍ଟିଜେଣ୍ଟ ପହଞ୍ଚିବେ ।
* ଯେଉଁ କଣ୍ଟିଜେଣ୍ଟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ଲାଗି କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
* ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ ଓ ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ୍ ନେଗେଟିଭ୍ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବେ ।
* ଅତିଥିଙ୍କ ସଂଖ୍ୟା କେବଳ ୫୦ ମଧ୍ୟରେ ସୀମିତ ରହିବ ।
* ପ୍ରଦର୍ଶନୀ ପଡ଼ିଆରେ ସିସିଟିସି ସହିତ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।

Comments are closed.