୨୪ ଘଣ୍ଟାରେ ଦେଶରେ ୨, ୧୨୪ କରୋନା ସଂକ୍ରମିତ ଚିହ୍ନଟ ଓ ୧୭ ମୃତ

ଦିଲ୍ଲୀ: ମେ ୨୫ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୧୨୪ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୪୨ ହଜାର ୧୯୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୪ ହଜାର ୯୭୧ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ସେହିପରି ଆଜି ୧, ୯୭୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୬ ଲକ୍ଷ ୦୨ ହଜାର ୭୧୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ୧୭ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୪ ହଜାର ୫୦୭ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

Comments are closed.