ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

0

ଭୁବନେଶ୍ଵର: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ହେବ ଦେଶର ପ୍ରଥମ ଅନ୍ତର୍ଜାତୀୟ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ । ଏହା ସନ୍ଥ କବି ଭୀମଭୋଇଙ୍କ ନାମରେ ନାମିତ ହେବ ଏହି ବିଶ୍ୱବିଦ୍ୟାଳୟ ସାଧାରଣ ଶିକ୍ଷା, ବୃତ୍ତିଗତ ପାଠ୍ୟକ୍ରମ ଏବଂ ଦୃଷ୍ଟିହୀନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ଶିକ୍ଷାଦାନ କରିବ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି । ଏଥିପାଇଁ ୪୦ ଏକର ଜମି ଚିହ୍ନଟ କରାଯାଇ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ତେବେ ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବା ପାଇଁ କୁହାଯାଇଥିଲା, କିନ୍ତୁ ସହର ଭିତରେ ଏକ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ମିଳିପାରି ନଥିଲା । ତେଣୁ ସହର ବାହାରେ ଗଙ୍ଗେଶ୍ବର ମୌଜାରେ ନିର୍ମାଣହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ।

ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ପାଇଁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ପାଖାପାଖି ୩୦ ଏକର ଜମି ଚିହ୍ନଟ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟ ସାଧାରଣ ଶିକ୍ଷା, ବୃତ୍ତିଗତ ପାଠ୍ୟକ୍ରମ ଏବଂ ଦୃଷ୍ଟିହୀନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ଶିକ୍ଷାଦାନ କରିବ । ଭାରତ ଏବଂ ବିଦେଶର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ସେବା ଯୋଗାଇବା ଏହି ବିଶ୍ୱବିଦ୍ୟାଳୟର ଲକ୍ଷ । ଏଠାରେ ନବମ ଶ୍ରେଣୀରୁ ସାଧାରଣ ଶିକ୍ଷା, ବୃତ୍ତିଗତ ପାଠ୍ୟକ୍ରମ ଏବଂ ଦୃଷ୍ଟିହୀନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ବିଶ୍ୱବିଦ୍ୟାଳୟକୁ ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଅନୁସାରେ ନିର୍ମାଣ କରାଯାଉଛି ।

ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨୬ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଗକୁ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ଦ୍ବାରା ଅଧିକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.