ପଦ୍ମପୁର ଭୋଟ ଗଣତି ଆରମ୍ଭ

ପଦ୍ମପୁର : ଚାଲିଛି ପଦ୍ମପୁର ଭୋଟ ଗଣତି I ପଦ୍ମପୁର ନିର୍ବାଚନ ଫଳାଫଳକୁ ନେଇ ଉତ୍କଣ୍ଠା ବଢି ଚାଲିଛି I ଚତୁର୍ଥ ରାଉଣ୍ଡର ଗଣତି ସୁଦ୍ଧା ଆଗୁଆ ରହିଛି ବିଜୁ ଜନତା ଦଳ I ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷ ସିଂ ବରିହା ସେହିପରି ବିଜେପି ରୁ ପ୍ରାର୍ଥୀ ହୋଇଥିଲେ ବରିଷ୍ଠ କର୍ମକର୍ତା ପ୍ରଦୀପ ପୁରୋହିତ I ଅନ୍ୟପଟେ କଂଗ୍ରେସ ରୁ ପ୍ରାର୍ଥୀ ଥିବା ସତ୍ୟଭୂଷଣ ସାହୁ ନିଜ ଅମାନତ ରଖିବାକୁ ବି ସକ୍ଷମ ହେଉନାହାନ୍ତି I ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆରଏମସି ପରିସର ଭୋଟ ଗଣତି କେନ୍ଦ୍ରରେ ଏହା ଚାଲିଛି। ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇ ଥିବାବେଳେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହୋଇଛି । ଏହାପରେ ଇଭିଏମ୍ ଭୋଟ୍‌ର କାଉଣ୍ଟିଂ ଆରମ୍ଭ ହୋଇଥିଲା । ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇ ଥିବାବେଳେ ୧୪ଟି ଟେବୁଲ୍ କରାଯାଇଛି।

୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ୍‌ କରାଯିବ। ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବ୍‌ସାଇଟ୍‌ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ।

Launching Ceremony of “AYUSHMAN BHARAT

Comments are closed.