ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ ,୨ ଗିରଫ

ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ୨ ଟି ସ୍ଥାନରେ ଚଢାଉ କରାଯାଇ ୧୯୬ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏଥି ସହ କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗୌତମ ମହ ଏବଂ ରାମବ୍ରତ ସାହୁଙ୍କୁ ଗିରଫ କରାଯାଇଛି ।

ନକଲି ବିଦେଶୀ ମଦ ପ୍ରସ୍ତୁତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଏବଂ ବିଭାଗର ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ପାଟଣାଗଡ ସହରର କାଦୋପଡା ଅଞ୍ଚଳରେ ଚଢାଉ କରିଥିଲେ । ସହରର ଏକ ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରୁଥିବା ଝାଡଖଣ୍ଡ ଅଂଚଳର ଗୌତମ ମହଙ୍କ ଭଡାଘରେ ଚଢଉ କରି ୧୪ ଲିଟର ବିଭିନ୍ନ କିସମର ନକଲି ବିଦେଶୀ ମଦ ଜବତ କରିଥିଲେ । ସେହିଭଳି ଖପ୍ରାଖୋଲର ବିଦେଶୀ ମଦ ଦୋକାନ ପଛପଟେ ଥିବା ଏକ ଭଡା ଘରେ ଚଢଉ କରାଯାଇଥିଲା ।

ବିଦେଶୀ ମଦ ଦୋକାନରେ କାମ କରୁଥିବା ଝାଡଖଣ୍ଡ ଅଞ୍ଚଳର ରାମବ୍ରତ ସାହୁ ରହୁଥିବା ଉକ୍ତ ଭଡାଘରୁ ଅବକାରୀ ବିଭାଗ ୨୭ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ବିପୁଳ ପରିମାଣର ନକଲି ଠିପି ଏବଂ ବୋତଲକୁ ସିଲ କରିବା ପାଇଁ ଉଦ୍ଦିଷ୍ଟ ନକଲି ସିଲ୍‌ ଜବତ କରିଥିଲେ । ଉଭୟ ସ୍ଥାନରୁ ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଏ ସଂକ୍ରାରେ ୨ ଟି ପୃଥକ୍‌ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.